ଚେନ୍ନାଇ, ୦୪/୦୫:ଧିରେ ଧିରେ ବଦଳିଗଲାଣି ରାଜନୈତିକ ପାଣିପାଗ । ତାମିଲନାଡୁଠୁ ପଶ୍ଚିମବଙ୍ଗ ଯାଏଁ । ସବୁଠି ପରିବର୍ତ୍ତନର ଲହର । ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବା ଦ୍ୱାରଦେଶରେ । ଯାହାର ଚିତ୍ର ଦୁଇରୁ ତିନି ଘଣ୍ଟାରେ ସ୍ପଷ୍ଟ ହୋଇଯିବ । ତେବେ ସବୁଠୁ ଆଶ୍ଚର୍ଯ୍ୟ କରିଛି ତାମିଲନାଡୁର ରେଜଲ୍ଟ୍ । ଏଠାରେ ନୂଆ କରି ଗଢିଥିବା ଅଭିନେତା ଟର୍ଣ୍ଣଡ୍ ପଲିଟିସିଆନ୍ ବିଜୟଙ୍କ ଟିଭିକେ ସବୁଠୁ ବଡ ଦଳ ଭାବେ ଉଭା ହୋଇଛି ।

ତାମିଲନାଡୁରେ ମୋଟ୍ ସିଟ୍ ହେଉଛି୨୩୪। ବହୁମତ ପାଇଁ ଦରକାର ୧୧୮ ଆସନ । ଏହି ରେସରେ ଏବେ ଆଗରେ ଅଛନ୍ତି ବିଜୟ । ତାଙ୍କ ଦଳ ଟିଭିଏକେ ଦିନ୧୨ଟା ସୁଦ୍ଧା ୧୧୦ ଆସନରେ ଆଗୁଆ ରହିଛି । ଅନ୍ୟ ଦିଗରେ ସରକାରରେ ଥିବା ଡିଏମକେ ମାତ୍ର ୫୨ଟି ସିଟରେ ଆଗୁଆ ଥିବା ବେଲେ ବିଜେପି ସମର୍ଥିତ ଏଆଇଏଡିଏମକେ୭୨ସିଟ୍ ରେ ଲିଡ୍ କରୁଛି ।

ଅର୍ଥାତ କୌଣସି ଦଳ ଏବେସୁଦ୍ଧା ବହୁମତ ଡେଉଁ ନାହାଁନ୍ତି । ଯଦି ଏଠାରେ କୌଣସି ଦଳ ବହୁମତ ଅତିକ୍ରମ ନକରନ୍ତି ତାହାଲେ ଝୁଲା ବିଧାନସଭା ହୋଇପାରେ କିମ୍ବା ମେଣ୍ଟ ସରକାର ଗଠନ ହୋଇପାରେ । ଗୋଟିଏ ଦିଗରେ ବିଜୟଙ୍କ ଟିଭିକେ ସବୁଠୁ ଅଧିକ ଆସନରେ ଆଗୁଆ ରହିଛି । ଦଳ୧୦୦ଉପରେ ସିଟ୍ କବଜା କରିବା ଏକପ୍ରକାର ନିଶ୍ଚିତ । ତେଣୁ ସରକାର ଗଠନ ପାଇଁ ବିଜୟଙ୍କ ସମର୍ଥନ ନିଶ୍ଚୟ ଦରକାର ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଜକାହାକୁ ସମର୍ଥନ କରିବେ । ପୂର୍ବରୁ ପ୍ରଚାର ବେଳେ ସେ ଉଭୟ ଡିଏମକେ ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି । କିନ୍ତୁ କିଛି ଦିନ ପୂର୍ବରୁ ବିଜେପି ଏବଂ ଏଆଇଏଡିଏମକ ବିଜୟଙ୍କ ସହ ମେଣ୍ଟ ରାସ୍ତା ଖୋଲା ଥିବା କହିଥିଲେ । ସେପଟେ ଡିଏମକେ ମଧ୍ୟ ବିଜୟଙ୍କ ସହଯୋଗ ଖୋଜିପାରେ । ବିଜୟ ଏକାକି ସରକାର ଗଠନ କରିବା ସହଜ ଲାଗୁନି । ଯଦି ସେ ବହୁମତ ଡିଅଁନ୍ତି ତାହାଲେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ହେବେ । ଯଦି ତାଙ୍କ ଦଳ ଅଳ୍ପକେ ବହୁମତରୁ କମିଯାଉଛି ତାହାଲେ ଅନ୍ୟ ଦଳ ସହ ମେଣ୍ଟ ହେବା ସମ୍ଭାବନା ଅଧିକ ।

ଏମିତି ହେଲେ ବି ସଂଖ୍ୟା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ହେବ ନିଶ୍ଚିତ । ଅନ୍ୟ ଦିଗରେ ମେଣ୍ଟ ଦଳ ଡିଏମକେ କିମ୍ବା ଏନଡିଏର କେହି ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ବିଜୟ କେତେ ବଳ ଗୋଟାଉଛନ୍ତି ଏବଂ କେତେ ସିଟ୍ ଜିତୁଛନ୍ତି ତାହା ଆଉ କିଛି ଘଣ୍ଟାରେ ସ୍ପଷ୍ଟ ହୋଇଯିବ ।