ମୁମ୍ବାଇ ୨୫।୦୧ : ତମନ୍ନା ଭାଟିଆଙ୍କ ଅନ୍ଦାଜ, ପାପାରାଜିଙ୍କ ମନ ଜିଣିନେଲା । ଆପଣମାନେ ଭାବୁଥିବେ ଆମେ କାଇଁ ଏମିତି କହୁଛୁ । ଥରେ ଦେଖନ୍ତୁ ଏହି ଭିଡ଼ିଓକୁ, ଆପଣ ବି ଜାଣିପାରିବେ କାହିଁକି ଆମେ ଏମିତି କହୁଛୁ ।

 

 
 
 
 
 
 
 
 
 
 
 
 
 
 
 

A post shared by Voompla (@voompla)

ବଲିଉଡ୍ ଓ ଟଲିଉଡ୍ର ସୁନ୍ଦରୀ ଡିଭା ତମନ୍ନା ଭାଟିଆ । ଉଭୟ ଇଣ୍ଡଷ୍ଟ୍ରିରେ ବହୁ ହିଟ୍ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ନିଜର ସ୍ୱତନ୍ତ୍ର ଆକ୍ଟିଂ ଏବଂ ଡ୍ୟାନ୍ସ ପାଇଁ ଫ୍ୟାନ୍ସଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତମନ୍ନା । ଗତ କିଛି ବର୍ଷ ଧରି ତମନ୍ନା ନିଜ ପର୍ସନାଲ ଲାଇଫକୁ ନେଇ ଖୁବ୍ ଲାଇମଲାଇଟ୍ରେ ରହିଥିଲେ । ବିଜୟ ବର୍ମାଙ୍କ ସହ ଖୁଲମଖୁଲା ଲଭ୍ ଲାଇଫ୍ ଏବଂ ବ୍ରେକ୍ ଅପ୍ କୁ ନେଇ ଚର୍ଚ୍ଚାରେ ବି ଥିଲେ ତମନ୍ନା । ହେଲେ ଏବେ ତମନ୍ନାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପାପାରାଜିଙ୍କୁ ମିଠା ଖୁଆଉଥିବାର ଦୃଶ୍ୟ ଦେଖାଦେଇଛି । ଏହି ଭିଡିଓ ପାପାରାଜ ଜଣଙ୍କ ତମନ୍ନାଙ୍କ ହାତରୁ ମିଠା ଖଣ୍ଡିଏ ଖାଇଥିଲେ । ହେଲେ ତମନ୍ନା ଉକ୍ତ ବ୍ୟକ୍ତିଙ୍କୁ ତାଗିଦ୍ କରିଥିଲେ । କହିଲେ କି ମିଠା ଟିକିଏ କାହିଁକି ଖାଉଛ... ପୁରା ଖାଉନ । ଶେଷରେ ପାପାରାଜି ଜଣଙ୍କ ପୁରା ମିଠାକୁ ଖାଇଥିଲେ । ଯାହାକୁ ଦେଖି ପାଖରେ ଥିବା ଲୋକମାନେ ତମନ୍ନାଙ୍କୁ ପ୍ରଂଶସା କରିଥିଲେ ।

ତମନ୍ନା ଭାଟିଆ । ଏପରି ଜଣେ ଅଭିନେତ୍ରୀ ଯିଏ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରି ପାଇଁ କାମ କରୁଛନ୍ତି । ବର୍ତ୍ତମାନ ଯାଏଁ ୮୯ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି ତମନ୍ନା । ସେଥିମଧ୍ୟରୁ କେତେକ ଫିଲ୍ମ ଲିଡ୍‌ ହିରୋଇନ୍‌ ଭାବେ ମଧ୍ୟ ନଜର ଆସିଛନ୍ତି । ୧୯୮୯ରେ ଜନ୍ମିତ ତମନ୍ନା ୨୦୨୫ରେ Chand Sa Roshan Chehra ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ଏହାପରେ ୨୦୦୬ରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଶ୍ରୀ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ସବୁଠୁ ବଡ଼ ହିଟ୍‌ ଫିଲ୍ମ ମଧ୍ୟରେ ଅନ୍ୟତମ ମୁଭି ବାହୁବଲୀରେ ନଜର ଆସିଥିଲେ ତମନ୍ନା । ସେହିପରି ଆଇଟମ୍‌ ଗୀତ ଜରିଆରେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।