ନୟାଗଡ଼ ୧୪।୦୯ :  ମାଛ ଧରାକୁ ନେଇ ବୁଲିଲା ଖଣ୍ଡା । ମାଛ ଧରାକୁ କେନ୍ଦ୍ର କରି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଶାସନ ପଞ୍ଚାୟତରେ ବୁଲିଲା ଖଣ୍ଡା । ଦୁଇ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଥାନାରେ ଦୁଇଟି ମାମଲା ରୁଜୁ ହେବା ସହ ପାଞ୍ଚଜଣଙ୍କୁ ଜେରା କରାଯାଇଛି । ନୋଟିସ ପରେ ଫତେଗଡ ପୋଲିସ ଛାଡ଼ିଥିବା ଜଣାପଡିଛି ।

ଖବର ଅନୁଯାୟୀ, ହେମନ୍ତପାଟଣା ଛକ ନିକଟସ୍ଥ ଖଇରିନଳା ସେତୁରେ ଜାଲ ବାନ୍ଧି ଟିକିରିପଡ଼ାର ଲୋକମାନେ ମାଛ ବିକ୍ରି କରିଥାନ୍ତି । ହେମନ୍ତପାଟଣା ଗାଁର ଦୁଇ ଜଣ ନାବାଳକ ଗାଧୋଇବାକୁ ଯିବା ବେଳେ ଜାଲରେ ଗୋଡ଼ ବାଜି ଯାଇଥିଲା । ଏନେଇ ଟିକିରିପଡ଼ା ଗାଁର ଜାଲ ପକାଇଥିବା ଯୁବକମାନେ ଖରାପ ଭାଷାରେ ଗାଳି କରିଥିଲେ । ଯାହାଫଳରେ ନାଳରେ ଗାଧୋଉଥିବା ମହିଳାମାନେ ଘଟଣାସ୍ଥଳରୁ ପଳାଇଥିଲେ । ହେମନ୍ତପାଟଣା ଗାଁର ଦୁଇ ଜଣ ଯୁବକ ଟିକିରିପଡ଼ା ଗାଁରେ ତିନି ଜଣ ଯୁବକଙ୍କୁ ମାଡ ମାରିଥିଲେ । ପରେ ଟିକିରିପଡ଼ା ଗାଁରେ କିଛି ଲୋକେ ଗୋଟିଏ ଅଟୋ ଓ ତିନୋଟି ବାଇକରେ ଆସି ହେମନ୍ତପାଟଣା ଗାଁର କଲ୍ୟାଣୀ ସାହୁଙ୍କ ଘରେ ପଶି ଗାଳି କରିବା ସହ ମାଡ଼ ମାରିଥିଲେ ।

Also Read:-ବିଷାକ୍ତ ମଦ ନେଲା ଜୀବନ, ନାଗାଲାଣ୍ଡରେ ୯ ମୃତ

ସେପଟେ ପାଟିତୁଣ୍ଡ ଶୁଣି ହେମନ୍ତପାଟଣା ଗାଁଲୋକେ ଘଟଣାସ୍ଥଳକୁ ଆସି ଏକାଠି ହୋଇଯିବାରୁ ଖଣ୍ଡା ଧରି କିଛି ଚମ୍ପଟ ମାରିଥିଲେ । ବାକି ତିନି ଜଣ ଯୁବକଙ୍କୁ ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ପୋଲିସ ମାମଲା ରୁଜୁ କରି ଅଟୋ, ବାଇକ ଓ ଖଣ୍ଡା ଜବତ କରିଛି । ଟିକିରିପଡ଼ା ଗାଁର ୫ ଜଣଙ୍କୁ ଥାନାକୁ ଆଣି ଜେରା କରିଛି । ପରେ ସମସ୍ତଙ୍କୁ ନୋଟିସ ଦେଇ ଛାଡ଼ିଦେଇଛି ପୋଲିସ ।