ଭୁବନେଶ୍ବର ୧୪।୯: ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍ ପାଣି । ସେହିଭଳି ବିଭିନ୍ନ ଫ୍ଲେଭରରେ ଆସିବ ଓମ୍‌ଫେଡ୍ ଆଇସକ୍ରିମ୍ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ବୋର୍ଡ ସହ ଏନେଇ ଆଲୋଚନା ଚାଲିଛି । ବୋର୍ଡ ଅନୁମୋଦନ ପରେ ବଜାରକୁ ଆସିବ ଓମ୍‌ଫେଡ୍ ପାଣି ଓ ଓମ୍‌ଫେଡ୍ ଆଇସକ୍ରିମ୍ ।

ରାଜ୍ୟରେ କ୍ଷୀର, ଛେନା, ପନିର ଅପମିଶ୍ରଣ ଘଟଣା ଆସୁଥିବା ବେଳେ ମନ୍ତ୍ରୀ ଓମ୍‌ଫେଡ୍‌ର ଗୁଣବତ୍ତା ନେଇ ମତ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଓମ୍‌ଫେଡ୍‌ର ଗୁଣବତ୍ତା ରହିଛି । ଓମ୍‌ଫେଡ୍‌ କ୍ଷୀରକୁ ତ୍ରିସ୍ତରୀୟ ଚେକିଂ କରାଯାଏ । ଫ୍ୟାଟ୍ ଚେକିଂ ହୁଏ । ଅପମିଶ୍ରଣ ହୁଏନାହିଁ । ଯଦି ଅପମିଶ୍ରଣ ହୁଏ, କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି ।

Also Read:- SPଙ୍କ ବାସଭବନ ସାମ୍ନାରୁ ଲୁଟ୍, ଝରକା ତାଡି ନେଇଗଲେ ଦାମୀ ଅଳଙ୍କାର

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କ ପାଇଁ ଓମ୍‌ଫେଡ୍ କ୍ଷୀର ବିକ୍ରୟ ଦର ଦୁଇ ଟଙ୍କା ବଢିଛି । ଯାହା ଦ୍ୱାରା ଚାଷୀ ଅଧିକ ସ୍ୱାବଲମ୍ବୀ ହେବେ ।

Watch Video: