କୁଚିଣ୍ଡା: ଭୟଙ୍କର ସଡ଼କ ଦୁର୍ଘଟଣା। ସ୍କର୍ପିଓ- ବାଇକ ଦୁର୍ଘଟଣାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ନିକଟ ଫରେଷ୍ଟ ପାର୍କ ସମ୍ମୁଖରେ।

ସୂଚନା ଅନୁସାରେ, ମହୁଲପାଲି ଥାନା କୁସୁମୀ ଜମନକିରା ଗାଁର ଦୀପକ ମୁଣ୍ଡା ଓ ଶିବ ମୁଣ୍ଡା ଏବଂ ଜଣେ ୬ ବର୍ଷର ଶିଶୁ କନ୍ୟା ତାଙ୍କ ସମ୍ପର୍କୀୟଙ୍କୁ ଦେଖିବାକୁ କୁଚିଣ୍ଡା ମେଡିକାଲକୁ ଆସି ଫେରୁଥିଲେ। ହେଲେ ଫରେଷ୍ଟ ପାର୍କ ନିକଟରେ ଏକ ସ୍କର୍ପିଓ ସହ ସେମାନଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା।

Also Read: କଟକ ଗଙ୍ଗା ମନ୍ଦିର ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ, ମେହେଟା ହାଉସରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକରେ ବସିଥିବା ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଛିଟିକି ପଡ଼ିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ୬ ବର୍ଷର ଶିଶୁକନ୍ୟାଟି ଗୁରୁତର ଆହତ ହୋଇଥିଲା। ତାଙ୍କୁ ଉଦ୍ଧାର କରି ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।