ନୂଆଦିଲ୍ଲୀ, ୨୨ /୦୩: ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିଛି ସନରାଇଜର୍ସ ଲିଡ୍ । ଏକ ବିଦେଶୀ ଲିଗରେ ତାଙ୍କୁ ଭାରତୀୟ ଫ୍ରାଞ୍ଚାଇଜି କ୍ରୟ କରିଛି । ଯାହାକୁ ନେଇ ସନରାଇଜର୍ସକୁ ଅନେକ ସମାଲୋଚନା କରାଯାଉଛି । ଭାରତୀୟ ଦଳର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ମଧ୍ୟ ଘଟଣାରେ ଫ୍ରାଞ୍ଚାଇଜିକୁ ସମାଲୋଚନା କରିଥିଲେ । ତେବେ ଏହାକୁ ନେଇ ବିବାଦ ଉଠିଛି । କାରଣ ଦିନେ ପାକିସ୍ତାନର ଏକ କାର୍ଯ୍ୟକ୍ରମରେ ସୁନିଲ ସାମିଲ ହୋଇଥିଲେ । ଏହି ଘଟଣାରେ ତାଙ୍କୁ ମଧ୍ୟ ନେଟିଜେନ୍ସ ସମାଲୋଚନା କରିବା ପରେ ଜବାବ ଦେଇଛନ୍ତି ଭେଟେନାର କ୍ରିକେଟର୍ ।

ରିପୋର୍ଟ ଅନୁସାରେ, ୨୦୨୫ ଏସିଆ କପରେ ସୁନିଲ ଗାଭାସ୍କର ପାକିସ୍ତାନର ଏକ କ୍ରିକେଟ ଶୋ'ରେ ସାମିଲ ହୋଇଥିଲେ । ସେ ଏଠାରେ କମେଣ୍ଟେଟର ଏବଂ ପ୍ୟାନେଲିଷ୍ଟ୍ ଭାବେ ଯୋଗ ଦେଇଥିଲେ । ଯାହାକୁ ନେଇ ତାଙ୍କୁ ଏବେ ଟାର୍ଗେଟ୍ କରାଯାଉଛି । ତେବେ ଏହି ମାମଲାରେ ଗାଭାସ୍କର ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଯେ, ଆଇସିସି ଏବଂ ଏସିସିର କମେଣ୍ଟାରୀ ପ୍ୟାନେଲରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଏହି ଟୁର୍ଣ୍ଣାମେଣ୍ଟରୁ ଯେଉଁ ଆୟ ହୋଇଛି ତାହା ଭାଗ ନେଇଥିବା ସମସ୍ତ ଦେଶ ପାଇଛନ୍ତି । ଭାରତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖେଳିଥିଲା । କିନ୍ତୁ ତାଙ୍କୁ ଅନେକ କଟାକ୍ଷ କରୁଛନ୍ତି । ସେ ଏହି ପ୍ରତିଯୋଗିତାରେ ଭାରତୀୟ କିମ୍ବା ବିଦେଶୀ ପ୍ୟାନେଲିଷ୍ଟକୁ ଟଙ୍କାଟିଏ ଦେଇ ନାହାଁନ୍ତି ।

ଗାଭାସ୍କର ଆହୁରି କହିଛନ୍ତି ଯେ, ସେ ଅନ୍ୟ ଖେଳ ବିଷୟରେ ଜାଣନ୍ତି ନାହିଁ । ସେ ସଦାବେଳେ ଚାହାଁନ୍ତି ଯେ କୌଣସି ଭାରତୀୟ ପାକିସ୍ତାନୀଙ୍କୁ ଅର୍ଥ ନଦିଅନ୍ତୁ । କାରଣ ବର୍ଷ ବର୍ଷ ଧରି ଏହାର ଓଲଟା ଘଟଣା କେବେ ହୋଇନାହିଁ । ଅର୍ଥାତ କେବେ କୌଣସି ପାକିସ୍ତାନୀ ମାଲିକ କିମ୍ବା ବ୍ୟକ୍ତି ଭାରତର କୌଣସି ଖେଳାଳିଙ୍କୁ ଅର୍ଥ ଦେଇ ନାହାଁନ୍ତି ।

ସେ ଆହୁରି କହିଛନ୍ତି ଯେ, ଅବରାରଙ୍କୁ ଯେଉଁ ଅର୍ଥ ମିଳିଛି ସେ ତାହାର ଆୟକର ପାକିସ୍ତାନ ସରକାରଙ୍କୁ ପ୍ରଦାନ କରିବେ । ଏହି ଟଙ୍କାରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର କ୍ରୟ କରିବ ଏବଂ ଭାରତ ବିରୋଧରେ ବ୍ୟବହାର କରିବ । ଏହାଦ୍ୱାରା ପାକିସ୍ତାନୀ ଖେଳାଳିଙ୍କୁ ଅର୍ଥ ଦେଉଥିବା ଭାରତୀୟ ମାଲିକ ମଧ୍ୟ କୌଣସି ଅପ୍ରୀତିକର ଘଟଣା ପାଇଁ ପରୋକ୍ଷରେ ଦାୟୀ ବୋଲି ଗାଭାସ୍କର କହିଛନ୍ତି ।