ଭୁବନେଶ୍ବର ୨୫।୬: ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବିଜେଡି ଦଳରେ ବିଧିବଦ୍ଧ ଭାବେ ମିଶିଲେ ସୁଜାତା ରାଉତ । ଶଙ୍ଖ ଭବନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ହେଲେ ସାମିଲ । ସାଙ୍ଗଠନିକ ବୈଠକରେ ଦଳର ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଛନ୍ତି ସୁଜାତା । ନବୀନଙ୍କ ଘୋଷଣା ପରେ ସୁଜାତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ଅନେକ ବରିଷ୍ଠ ନେତା । 

Also Read:- ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ, ବିଜେଡି ବୈଠକରେ ହେଲେ ସାମିଲ

ଜଣେ ସଫଳ ପ୍ରଶାସକ ଭାବେ ଛାପ ଛାଡ଼ିଛନ୍ତି ସୁଜାତା । ୨୦୦୦ ମସିହା ବ୍ୟାଚ୍‌ର IAS ଅଫିସର ହେଉଛନ୍ତି ସୁଜାତା । ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ୍ ଯୋଜନା ଆରମ୍ଭ କରିଥିଲେ । ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନେଇଥିଲେ । ଫୁଟବଲ୍ ଏବଂ ହକିକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଇଥିଲେ । କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ସୁଜାତା । ମିଶନ ଶକ୍ତି ବିଭାଗର ସଚିବ ଭାବେ ମହିଳା ସଶକ୍ତିକରଣ ଦିଗରେ ସୁଜାତା ଅନେକ କାମ କରିଛନ୍ତି । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ SHG ମାଧ୍ୟମରେ ସ୍ବାବଲମ୍ବୀ କରିବା ସୁଜାତାଙ୍କ ବଡ଼ ପଦକ୍ଷେପ । ସୁଜାତାଙ୍କ ସମୟରେ SHG ଗ୍ରୁପ୍ ଋଣ ସଂଯୋଗ ୫୦୦ କୋଟିରୁ ୧୫ ହଜାର କୋଟିକୁ ବୃଦ୍ଧି ପାଇଥିଲା ।

Also Read:- ପ୍ରେମ ପାଇଁ ଦେଲେ ଅଗ୍ନି ପରୀକ୍ଷା ! ଉଈ ହୁଙ୍କାରେ ପଶି ବଦଳାଇଲେ ଧର୍ମ, ପ୍ରେମିକକୁ କଲେ ବିବାହ

ବିଜେଡିରେ ସୁଜାତା ସାମିଲ ହେବା ପରେ ନବୀନ ପଟ୍ଟନାୟକ ଦେଇଛନ୍ତି ବଡ଼ ସୂଚନା । ଆଗାମୀ ନିର୍ବାଚନରେ ‘ମୁଁ ଲିଡ୍ କରିବି’ କହିଲେ ନବୀନ । ମୋ ନେତୃତ୍ବରେ ଆଗାମୀ ନିର୍ବାଚନ ଲଢ଼ିବ ଦଳ । ସୁଜାତା ଜଣେ ସାଧାରଣ କର୍ମୀ ଭାବେ କାମ କରିବେ । ସୁଜାତା ଜଣେ ଦକ୍ଷ ପ୍ରଶାସକ ଥିଲେ । ତାଙ୍କ ଅଭିଜ୍ଞତା ଦଳ ପାଇଁ ସହାୟକ ହେବ । 

ସେହିଭଳି ଦଳରେ ସାମିଲ ହେବା ପରେ ସୁଜାତା କହିଛନ୍ତି, ନବୀନଙ୍କ ନେତୃତ୍ବରେ ୨୪ ବର୍ଷ ଧରି ସେବା କରୁଥିଲି । ଆଜି ବିଜୁ ଜନତା ଦଳରେ ମୋତେ ସେଇ ସୁଯୋଗ ମିଳିଛି । ନବୀନଙ୍କ ନେତୃତ୍ବରେ ପୁଣି ଥରେ ମୁଁ ସେବା କରିବି । ନିଷ୍ଠା ଓ ସମର୍ପଣର ସହ ରାଜ୍ୟବାସୀଙ୍କ ସେବା କରିବି ବୋଲି ସୁଜାତା କହିଛନ୍ତି ।