ଭୁବନେଶ୍ବର ୨୫।୬: ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଜୋର । ଏହାରି ଭିତରେଶଙ୍ଖ ଭବନରେଆସି ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ବଡ଼ ବୈଠକରେ ହେଲେ ସାମିଲ । ବିଜେଡି ଦଳର ଅନେକ ବରିଷ୍ଠ ନେତା ମଧ୍ୟ ଶଙ୍ଖ ଭବନରେ ଉପସ୍ଥିତ । ଆଉ କିଛି ସମୟ ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପହଞ୍ଚିବା ନେଇ ସୂଚନା ।

ଅନ୍ୟ ବରିଷ୍ଠ ବିଜେଡି ନେତା ସୁଲତା ଦେଓ, ଟୁକୁନି ସାହୁ, ଚନ୍ଦ୍ରଶେଖର ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମନାଭ ବେହେରା, ବିଧାୟକ ଧ୍ରୁବ ସାହୁ ଉପସ୍ଥିତ । ଏହି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ନବୀନ ପଟ୍ଟନାୟକ ।