IPL 2026: ଆଇପିଏଲ୍ ୨୦୨୬ରେ ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଇଶାନଙ୍କ ଟିମ୍ ଛଅଟି ମ୍ୟାଚରେ ତିନୋଟି ମ୍ୟାଚ୍ ଜିତି ଅଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ଅକ୍ଷର ପଟେଲଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ମ୍ୟାଚରୁ ତିନୋଟି ଜିତି ପଞ୍ଚମରେ ସ୍ଥାନରେ ରହିଛି। ହାଇଦ୍ରାବାଦ ଲଗାତାର ୨ଟି ହାରିବା ପରେ ଗତ ଦୁଇଟି ମ୍ୟାଚ୍ ଜିତିଛି। ତେଣୁ ଦଳ ବିଜୟ ଅଭିଯାନକୁ ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଦିଲ୍ଲୀ ନିଜର ଚତୁର୍ଥ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ।

ଦୁଇ ଟିମ ହେଡ ଟୁ ହେଡ୍ ରେକର୍ଡ ?

ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସର୍ବଦା କଡ଼ା ଟକ୍କର ହୋଇ ଆସିଛି। ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୨୬ଟି ମ୍ୟାଚ୍ ଖେଳା ଯାଇଛି। ଏଥିରୁ ହାଇଦ୍ରାବାଦ ୧୩ ଏବଂ ଦିଲ୍ଲୀ ୧୨ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି। ଗତ ୫ଟି ମ୍ୟାଚ୍ ଉପରେ ନଜର ପକାଇଲେ ଦୁଇ ଦଳ ୨-୨ଟି ମ୍ୟାଚ୍ ଜିତିଛନ୍ତି। ଗୋଟିଏ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି।

କେମିତି ରହିବ ପିଚ୍

ଏସଆରଏଚ ଓ ଡିସି ମଧ୍ୟରେ ଏହି ମୁକାବିଲା ପିଚ୍ ନମ୍ବର ୫ରେ ଖେଳାଯିବ। ଏହି ପିଚରେ ହାଇଦ୍ରାବାଦ ଚଳିତ ସିଜିନରେ ଲକ୍ଷ୍ନୌ ବିପକ୍ଷରେ ଖେଳିଥିଲା। ଉକ୍ତ ମୁକାବିଲା କମ ସ୍କୋର ବିଶିଷ୍ଟ ଥିଲା। ତେଣୁ ଆିର ମ୍ୟାଚ୍ ମଧ୍ୟ ଲୋ ସ୍କୋରିଂ ହୋଇପାରେ ବୋଲି ଆଶା କରାଯାଉଛି। ପିଚ୍ ଆରମ୍ଭରୁ ବ୍ୟାଟରଙ୍କୁ ବେଶ ସୁହାଇଥାଏ। ହେଲେ ସମୟ ଗଡ଼ିବା ସହ ପିଚ୍ ସାମାନ୍ୟ ଧିମା ହୋଇଯାଏ ଏବଂ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ରହିଥାଏ। ଟସ୍ ଜିତିବା ଦଳ ପଛେ ବ୍ୟାଟିଂ କରିବାକୁ ପସନ୍ଦ କରିବେ।

ସନରାଇଜର୍ସ ହାଇଦ୍ରାବାଦର ସମ୍ଭାବିତ ଏକାଦଶ

ଅଭିଷେକ ଶର୍ମା, ଟ୍ରେଭିସ ହେଡ୍, ଇଶାନ କିଶନ, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡୀ, ଅନିକେତ ବର୍ମା, ସଲିଲ ଅରୋରା, ହର୍ଷ ଦୁବେ, ଶିବାଙ୍ଗ କୁମାର, ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନ।

ଇମ୍ପାକ୍ଟ ପ୍ଲେୟାର- ଇଶାନ ମାଲିଙ୍ଗା

ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବିତ ଏକାଦଶ

କେଏଲ ରାହୁଲ, ପଥୁମ ନିଶଙ୍କା, ନୀତିଶ ରାଣା, ସମୀର ରିଜଭୀ, ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ ମିଲର, ଅକ୍ଷର ପଟେଲ, ଆକିବ ନବି, କୁଲଦୀପ ଯାଦବ, ଲୁଙ୍ଗି ଏନଗିଡି ଓ ମୁକେଶ କୁମାର।

ଇମ୍ପାକ୍ଟ ପ୍ଲେୟାର- ଟି ନଟରାଜନ