South Actors Who Become CM: ଦକ୍ଷିଣ ଭାରତରେ ସିନେମାକୁ ନେଇ କେତେ କ୍ରେଜ୍ ରହିଛି ଏକଥା ସାରା ଭାରତ ଜାଣେ। ଦକ୍ଷିଣ ଭାରତୀୟ ଲୋକମାନେ ସେମାନଙ୍କ ଫିଲ୍ମ ଷ୍ଟାରକୁ ନେଇ ଖୁବ୍ ସିରିୟସ୍ ଥାଆନ୍ତି। ଏମିତି କି ଜୀବନ ଦେବାକୁ ବି ପଛାନ୍ତି ନାହିଁ। ତେଣୁ ସେଠାକାର ଫିଲ୍ମ ଷ୍ଟାରମାନେ ଫ୍ୟାନଙ୍କ ଭଲପାଇବାକୁ ଖୁବ୍ ସହଜରେ ଭୋଟ୍‌ରେ ପରିଣତ କରିଦିଅନ୍ତି।

ଅତୀତରେ ଯେଉଁ କେତେ ଜଣ ଆଗଧାଡ଼ିରେ ସାଉଥ୍ ଷ୍ଟାର୍ ରଜାନୀତିକୁ ଓହ୍ଲାଇଛନ୍ତି ସେମାନଙ୍କୁ ମିଳିଛି ବିପୁଳ ଜନସମର୍ଥନ। ଏକାଧିକ ଫିଲ୍ମ ଷ୍ଟାର ମୁଖ୍ୟମନ୍ତ୍ରୀ ଆସନରେ ବି ବସିଛନ୍ତି। ଆଉ ଏବେ ଥାଲାପତି ବିଜୟ ସେହି ତାଲିକାରେ ଯୋଡ଼ି ହେବାକୁ ଯାଉଛନ୍ତି। ବିଜୟ ପ୍ରଥମ ଥର ପାଇଁ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି, ସେ ପୁଣି କୌଣସି ଦଳରୁ ପ୍ରାର୍ଥୀ ହୋଇ ନୁହେଁ, ବରଂ ନିଜର ଏକ ଦଳ ଗଠନ କରି। ଯାହାର ନାଁ ରହିଛି ତାମିଲିଗା ଭେଟ୍ରି କାଝାଗମ (Tamilaga Vettri Kazhagam), ଶର୍ଟରେ ଟିଭିକେ।

Also Read- ୧୦ ବର୍ଷ ପରେ କେରଳରେ ଇତିହାସ ଲେଖିଲା ବିଜେପି; ୩ ବିଧାନସଭା ଆସନରେ ଫୁଟିଲା ପଦ୍ମ

ବର୍ତ୍ତମାନ ଭୋଟ ଗଣତି ଜାରି ରହିଛି। ଆଉ ତାମିଲନାଡୁରେ ଟିଭିକେ ସମସ୍ତଙ୍କୁ ପଛରେ ପକାଇ ଖୁବ୍ ଆଗରେ ରହିଛି। ଅପରାହ୍ନ ୪ଟା ସୁଦ୍ଧା ଦଳ ୧୦୫ ଆସନରେ ଆଗୁଆ ଥିବା ବେଳେ ଦୁଇ ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱୀ ଡିଏମକେ ୫୫ ଆସନରେ ଆଗୁଆ ଥିବା ବେଳେ ଏଡିଏମକେ ୭ ଆସନରେ ଆଗୁଆ ରହିଛି। ତେଣୁ ବିଜୟ ବର୍ତ୍ତମାନ ଷ୍ଟାର୍ ମୁଖ୍ୟମନ୍ତ୍ରୀ ଇତିହାସକୁ ପୁଣିଥରେ ଥରେ ଦୋହରାଇବା ଅପେକ୍ଷାରେ। ଏଭଳି ସ୍ଥିତିରେ ଆସନ୍ତୁ ଦେଖିବା ଅତୀତରେ କେଉଁ ଫିଲ୍ମ କଳାକାର ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିବା ସହ ସଫଳ ରାଜନେତା ହୋଇପାରିଥିଲେ।

ଏମଜି ରାମଚନ୍ଦ୍ରନ-

ଏମଜି ରାମଚନ୍ଦ୍ରନଙ୍କୁ ତାମିଲ ସିନେମାର ଜଣେ ପ୍ରମୁଖ ଅଭିନେତା ଭାବରେ ବିବେଚନା କରାଯାଏ। ସେ ତାଙ୍କ ଅଭିନୟରେ ଯେତିକି ଲୋକପ୍ରିୟ ହୋଇଥିଲେ ରାଜନୀତିରେ ମଧ୍ୟରେ ସେତିକି ପ୍ରଭାବ ବିସ୍ତାର କରିଥିଲେ। ରାମଚନ୍ଦ୍ରନ ପ୍ରଥମ ତାମିଲ ଅଭିନେତା ଥିଲେ ଯିଏମ ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିଥିଲେ।

ଥରେ ନୁହେଁ କି ଦୁଇଥର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ରାମଚନ୍ଦ୍ରନ। ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ସାଉଥ୍ ପୁରସ୍କାର ଏବଂ ଭାରତ ରତ୍ନରେ ସମ୍ମାନିତ କରାଯାଇଛି।

ଏମ୍ କରୁଣା ନିଧୀ-

ଏମ. କରୁଣାନିଧିଙ୍କୁ ଦକ୍ଷିଣରେ ଜଣେ ପ୍ରମୁଖ ରାଜନେତା ଭାବରେ ବିବେଚନା କରାଯାଏ। ସେ ପ୍ରଥମେ ଫିଲ୍ମରେ ସ୍କ୍ରିପ୍ଟ ରାଇଟର ଭାବରେ କାମ କରୁଥିଲେ। ପରେ, ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ତାମିଲନାଡୁର ଇତିହାସର ଗତି ବଦଳାଇ ଦେଇଥିଲେ। ସେ ୧୦୬୯ ରୁ ୨୦୧୧ ମଧ୍ୟରେ ୨୦ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାମିଲନାଡୁର ଲୋକମାନେ ତାଙ୍କ ଉପରେ ପାଞ୍ଚ ଥର ବିଶ୍ୱାସ କରିଥିଲେ।

ଏନଟି ରାରା ରାଓ-

ଏନଟି ରାମା ରାଓଙ୍କୁ ଭାରତୀୟ ସିନେମା ଇତିହାସର ଜଣେ ମହାନ ଅଭିନେତା ଭାବରେ ବିବେଚନା କରାଯାଏ। ସେ ରାଜନୀତିରେ ମଧ୍ୟ ସାମିଲ ହୋଇଥିଲେ, ୧୯୮୩-୮୪, ୧୯୮୪-୮୯ ଏବଂ ୧୯୯୪-୯୫ ପର୍ଯ୍ୟନ୍ତ ତିନିଥର ଅଲଗା ଅଲଗା ଟର୍ମରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସିନେମାରେ ତାଙ୍କ କ୍ୟାରିଅର ସମୟରେ ସେ ପ୍ରାୟ ୩୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କୁ ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରାଯାଇଛି।

Also Read- ତାମିଲନାଡୁରେ ମେଣ୍ଟ ସମ୍ଭାବନା: ଏଆଇଏଡିଏମକେ କହିଲା ଟିଭିକେ ସହ ମେଣ୍ଟ କରିବୁ ନାହିଁ, ଜବାବରେ କ'ଣ କହିଲା ବିଜୟଙ୍କ ଦଳ ?​​​​​​​

ଜେ ଜୟଲଳିତା-

ଜେ. ଜୟଲଳିତା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଏକ ଖୁବ୍ ନାମୀଦାମୀ ଅଭିନେତ୍ରୀ। ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଯେମିତି ଅଭିନୟରେ ଲୋକଙ୍କୁ କିମିଆଁ କରୁଥିଲେ ସେମିତି ରାଜନୀତିରେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରୁଥିଲେ।

ତାଙ୍କ କାର୍ଯ୍ୟକାଳ ୧୪ ବର୍ଷ ରହିଥିଲେ ମଧ୍ୟ ସେ ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ଜାନକୀ ରାମଚନ୍ଦ୍ରନ-

ଜାନକୀ ରାମଚନ୍ଦ୍ରନ ଜଣେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଏମ୍.ଜି. ରାମଚନ୍ଦ୍ରନଙ୍କ ତୃତୀୟ ପତ୍ନୀ ଥିଲେ। ସେ ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ, ୧୯୮୮ ମସିହାରେ କିଛି ସପ୍ତାହ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜାନକୀ ତାଙ୍କ କ୍ୟାରିଅର ମଧ୍ୟରେ ପ୍ରାୟ ୨୫ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଏମାନଙ୍କ ବ୍ୟତୀତ ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜିବୀ ମଧ୍ୟ ରାଜନୀତିରେ ଅଛନ୍ତି। ସେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବରେ ପୂର୍ବରୁ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ଏବେ ତାଙ୍କ ସାନ ଭାଇ ପବନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଚଳଚ୍ଚିତ୍ରରେ ମଧ୍ୟ ସକ୍ରିୟ ଅଛନ୍ତି।