ଭୁବନେଶ୍ବର ।୭: କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଲା SOP । ପ୍ରେସମିଟ୍‌ରେ SOPକୁ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରକୁ ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ୱ । ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍ ଦିଆଯାଇଛି । ଏବର୍ଷ ରିଆଡମିଶନ SAMS ମାଧ୍ୟମରେ ହେବ । ଯେଉଁ ପିଲା ଆଡମିଶନ ବେଳେ ଟଙ୍କା ଦେଇଛନ୍ତି ଫେରସ୍ତ ପାଇବେ । କୌଣସି ଶିକ୍ଷାନୁଷ୍ଠାନ ମନଇଚ୍ଛା ଫି' ବୃଦ୍ଧି କରିପାରିବେନି ।

ନିଃଶୁଳ୍କ ପାଠ୍ୟକ୍ରମରୁ କେଉଁ ପାଠ୍ୟକ୍ରମ ବାଦ୍ ପଡିବ :

* ଯୋଗ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରିଚାଳିତ ସେଲ୍ଫ-ଫାଇନାନ୍ସିଂ ବା ସ୍ବ-ଅର୍ଥଲଗାଣ ପାଠ୍ୟକ୍ରମ ।

* ଘରୋଇ (ଅନୁଦାନବିହୀନ / ସ୍ବ-ଅର୍ଥଲଗାଣ) ଉଚ୍ଚ ଶିକ୍ଷାନୁଷ୍ଠାନ ।

* ପତ୍ରବିନିମୟ ବା କରେସପଣ୍ଡେନ୍ସ ଶିକ୍ଷା

* ସେଲ୍-ଫାଇନାନ୍ସିଂ ବା ସ୍ବ-ଅର୍ଥଲଗାଣ ଶିକ୍ଷା

* ସରକାରୀ-ଘରୋଇ ଭାଗୀଦାରୀ ବା ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (PPP) ବ୍ୟବସ୍ଥାରେ ପରିଚାଳିତ ଶିକ୍ଷାନୁଷ୍ଠାନ ଏବଂ ପାଠ୍ୟକ୍ରମ

* ବିଭିନ୍ନ ବୃତ୍ତିଗତ / ବୈଷୟିକ ଏବଂ ଶିକ୍ଷକ-ଶିକ୍ଷା ପାଠ୍ୟକ୍ରମ

ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀ :

* ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ ।

* କୋହଳ ହେବା ପରେ ମଧ୍ଯ ସର୍ବନିମ୍ନ ଉପସ୍ଥାନ କୌଣସି ପରିସ୍ଥିତିରେ ୬୫% ରୁ କମ୍ ହେବା ଉଚିତ୍ ନୁହେଁ ।

* ସେ କେବଳ ଷ୍ଟୁଡେଣ୍ଟ୍, ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (SAMS) ମାଧ୍ୟମରେ ଏକ ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନିୟମିତ ସ୍ନାତକ ବା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଥିବେ ।

* ସ୍ନାତକ (U.G.) କିମ୍ବା ସ୍ନାତକୋତ୍ତର (P.G.) ପାଠ୍ୟକ୍ରମରେ ପ୍ରଥମ ଥର ପାଇଁ ନାମଲେଖା ଏବଂ ପରବର୍ତ୍ତୀ ପୁନଃ-ନାମଲେଖା (re-admission) ପାଇଁ ଉପଲବ୍ଧ ହେବ ।

ନାମଲେଖା, ପୁନଃ ନାମଲେଖା, ନାମଲେଖ ସମୟରେ ଶିକ୍ଷାନୁଷ୍ଠାନ ଦ୍ୱାରା ଆଦାୟ କରାଯାଉଥିବା ଅନ୍ୟ ଯେକୌଣସି ଶୁଳ୍କ ଅନ୍ତର୍ଭୁକ୍ତ ହେବ ତାହା ପିଲାମାନେ ଦେବେ ନାହିଁ । ପରୀକ୍ଷା ଫି’ ପିଲାଙ୍କୁ ଦେବାକୁ ପଡିବ ।

ହଷ୍ଟେଲ ଫି’ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନୁହେଁ, ଛାତ୍ରୀଛାତ୍ର ମାନେ ହଷ୍ଟେଲରେ ରହିବାକୁ ହେଲେ ସେମାନଙ୍କୁ ସେ ବାବଦରେ ଦେୟ ଦେବାକୁ ପଡିବ । ପ୍ରଥମ ରାଉଣ୍ଡ ଆଡମିଶନ୍ ପରେ ଯେଉଁ ପିଲା ଫି’ ଦେଇଛନ୍ତି ତାଙ୍କୁ ରିଫଣ୍ଡ ହେବ । ଯେଉଁ ଆକାଉଣ୍ଟରୁ ପଇସା ଆସିଛି, ସେହି ଆକାଉଣ୍ଟକୁ ପଇସା ଫେରିଯିବ ।