ନୂଆଦିଲ୍ଲୀ: ସୋନମ ୱାଙ୍ଗଚୁକ୍ ପୁଣି ଥରେ ଚର୍ଚ୍ଚାରେ। ହେଲେ ଏଥର ବଲିଉଡଷ୍ଟାର ଅମିର ଖାନ ଓ ସଲମାନ ଖାନଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେବା ଯୋଗୁ ୱାଙ୍ଗଚୁକ୍ ଚର୍ଚ୍ଚାକୁ ଆସିଛନ୍ତି। ଅମୀର ଖାନ ପ୍ରଥମରୁ ଷ୍ପଷ୍ଟ କରିଛନ୍ତି ଯେ ସେ ୱାଙ୍ଗଚୁକ୍ ଙ୍କୁ କେବେ ଭେଟି ନାହାନ୍ତି। ସେହିପରି ସଲମାନ ଖାନ ତାଙ୍କ ରାୟ ରଖି ୱାଙ୍ଗଚୁକ୍ ଙ୍କୁ ଅନଶନ ସମାପ୍ତ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ସଲମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ବେଳେ ‘ଇଟଇଜ୍ ଡନ ବ୍ରୋ’ ଏବେ ଅନଶନ ସମାପ୍ତ କରନ୍ତୁ ବୋଲି ଆଗ୍ରହ କରିଥିଲେ।

ପ୍ରଖର ଗୁପ୍ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ପଡକାଷ୍ଟରେ ଯୋଗ ଦେଇ ୱାଙ୍ଗଚୁକ୍ ସିଜେପି ବିକ୍ଷୋଭକାଳରେ ସଲମାନଙ୍କ ଭାଇରାଲ କମେଣ୍ଟ ଉପରେ ପରୋକ୍ଷ କଟାକ୍ଷ କରିଛନ୍ତି। ୱାଙ୍ଗଚୁକ୍ କହିଛନ୍ତି ‘ ସମସ୍ତଙ୍କର ବାଧ୍ୟବାଧକତା ଥାଏ’। ତେବେ ମୁଁ ଏ ସମ୍ପର୍କରେ ଅଧିକ କିଛି କହିବାକୁ ଚାହେଁନା। ହେଲେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସଲମାନ କିଛି କହିଛନ୍ତି, ସେଥି ପାଇଁ ମୁଁ ତାଙ୍କୁ ପ୍ରଶଂସା କରୁଛି। ୱାଙ୍ଗଚୁକ୍ କହିଛନ୍ତି ଯେ ଆପଣଙ୍କୁ ସବୁ ଦିଗକୁ ଦେଖିବାକୁ ପଡେ। ସେ କିଛିତ ହେଲେ କହିଲେ, ଏଥି ପାଇଁ ମୁଁ ତାଙ୍କୁ ସମ୍ମାନ କରୁଛି। ତେବେ ତାଙ୍କ ବାଧ୍ୟବାଧକତା ଉପରେ କୌଣସି ମନ୍ତବ୍ୟ ଦେଇ ପାରିବନାହିଁ।

ସଲମାନ ଲେଖିଥିଲେ ‘ସୋନମ ଇଟସ୍ ଡନ ବ୍ରୋ। ଏହାକୁ ଆଉ ଅଧିକ ବଢାଅନି। ଯଦି ଆବଶ୍ୟକତା ପଡେ ଏହାକୁ ଦିନକ ପାଇଁ ବଞ୍ଚାଇ ରଖିପାର, ହେଲେ ମୋର ଏହି ଆଶଙ୍କା କମ, ଆଉ କିଛି ଖାଇ ନିଅ। ଯଦି ଆପଣ ଚାହିଁବେ ଘରକୁ ଖାଇବା ପଠାଇଦେବି’। ସଲମାନଙ୍କ ଏହି ଦୁଇଧାଡି ଦେଖୁ ଦେଖୁ ଭାଇରାଲ ହୋଇଯାଇଥିଲା ଓ ଲୋକେ ସଲମାନଙ୍କୁ ନେଇ ମିମସ୍ ତିଆରିରେ ଲାଗି ପଡିଥିଲେ। ସଲମାନଙ୍କ ମନ୍ତବ୍ୟ ଓ ଲୋକଙ୍କ ମିମସ୍ ସୋସିଆଲ ମିଡିଆରେ ରୋଚକ ହୋଇଥିଲା।