ଆଠଗଡ଼ ୦୨।୦୫ : ମଦ୍ୟପ ପୁଅର ନୃଶଂସ କାଣ୍ଡ। ବାପାକୁ ଶିଳପୁଆ ଛେଚି ହତ୍ୟା କରିଦେଲା ଜନ୍ମକଲା ପୁଅ। ଆଠଗଡ଼ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗାଁର ଭୂତି ନାଏକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ବାପା ବିକଳ ନାଏକଙ୍କ ସହ କୌଣସି କଥାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଯାହାଫଳରେ ଉତ୍ତ୍ୟକ୍ତ ହୋଇ ଭୂତି ନାଏକ ମଦ ନିଶାରେ ବିକଳଙ୍କୁ ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲା। ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୁଅକୁ ଗିରଫ କରି ତଦନ୍ତ କରୁଛି।

Also Read:-ତେଲ ମାଲିସ୍ ଆଳରେ ବୋହୂ ସହ ସମ୍ପର୍କ ରଖିବାକୁ ଶ୍ୱଶୂରଙ୍କ ଉଦ୍ୟମ, ପେଟ ଦରଜ ଔଷଧ କହି ପିଆଇଦେଲେ ବିଷ