ପାଟଣା ୯।୯: ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁଅ । ପାରିବାରିକ କଳହକୁ ନେଇ ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୁଆଖମଣରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଗାଁର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା ।

ମଙ୍ଗଳବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୁଆଖମଣରେ ପରିବାରର ବାପା-ପୁଅ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ପୁଅ ଶ୍ରୀକାନ୍ତ ମୁଣ୍ଡା ମଦ ନିଶାରେ ଚୁର୍ ଥିଲେ । ଫଳରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଠେଙ୍ଗାରେ ପିଟିବାକୁ ଲାଗିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା ।

Also Read:- ନନ୍ଦନକାନନରେ ବିରଳ ଓରାଙ୍ଗଉଟାନ, ଓଡ଼ିଶାକୁ ଆସିଲେ କେମିତି ?

ଘଟଣା ପରେ ଅଭିଯୁକ୍ତ ପୁଅ ଶ୍ରୀକାନ୍ତ ମୁଣ୍ଡା ତୁରୁମୁଙ୍ଗା ଥାନାରେ ଆତ୍ମସମର୍ପଣ କରିଛି । ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Watch Video: