ବୌଦ୍ଧ ୨୬।୭: ଜଗା ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର । ଦୁର୍ଘଟଣାରେ ରୋଡ୍‌ର ୧୦ ଫୁଟ ତଳକୁ ଖସିପଡିଲା କାର୍ । ଦୁର୍ଘଟଣାରେ ୬ ଗୁରୁତର । ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ଓ ବାରିଙ୍ଗ ମଧ୍ୟରେ କାର୍ ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା । କାର୍‌ରେ ଥିବା ସମସ୍ତ ୬ ଜଣ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ବଲାଙ୍ଗିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଟ୍ୟାଙ୍କର ଡ୍ରାଇଭର ଆଡେନିଗଡ଼ ଫାଣ୍ଡିରେ ଅଟକ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ସହ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ବଲାଙ୍ଗିର ଫେରୁଥିବା ଏକ କାର୍ ସହ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ କାର୍ଟି ରାସ୍ତା କଡ଼ ୧୦ ଫୁଟ ଘାଇକୁ ଖସି ପଡ଼ିଥିଲା । ଫଳରେ କାରରେ ଥିବା ସମସ୍ତ ୬ ଜଣ ଗୁରୁତର ହୋଇଥିଲେ ।

Also Read:- ଶୋଇଥିଲେ ପରିବାର ଲୋକ, ହଠାତ୍ ଭିତରକୁ ମାଡ଼ିଗଲା ହାଇଓ୍ବା, ଆଉ ତାପରେ..

ଖବର ପାଇ ଆଡନିଗଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ବେହେରା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଗୁରୁତରଙ୍କୁ ପ୍ରଥମେ ଆଡନିଗଡ଼ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନ ଚଳାଚଳ ସ୍ୱାଭାବିକ କରିବା ସହ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।