ନୂଆଦିଲ୍ଲୀ: ଜୁଲାଇ ୩୦ରୁ ଶ୍ରାବଣ ମାସ ଆରମ୍ଭ ହେଉଛି। ଏହି ମାସ ଭଗବାନ ଶିବଙ୍କ ପାଇଁ ସମର୍ପିତ। ଏହି ମାସରେ ଭକ୍ତ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରି ଶିବଙ୍କ ଆରାଧନା କରିଥାନ୍ତି। ଶ୍ରାବଣ ମାସ ଗ୍ରହ ଚଳନ ଦୃଷ୍ଟିରୁ ମଧ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଶ୍ରାବଣ ମାସର ଦିନକ ପୂର୍ବରୁ ହିଁ ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ଚଳନ ହେବାକୁ ଯାଉଛି। ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଜୁଲାଇ ୨୯କୁ ନକ୍ଷତ୍ର ପରିବର୍ତ୍ତନ କରିବେ।

ଜୁଲାଇ ୨୯ ତାରିଖ ସକାଳ ୪ ୫୬ରୁ ପୂର୍ବ ଫାଲଗୁନି ନକ୍ଷତ୍ରରୁ ବାହାରିବେ ଏବଂ ଉତ୍ତର ଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରରେ ଶୁକ୍ର ଅଗଷ୍ଟ ୧୧ ପର୍ଯ୍ୟନ୍ତ ରହିବେ। ଜ୍ୟୋତିର୍ବିଦ୍ଙ୍କ ଅନୁସାରେ, ଶୁକ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନକୁ ଖୁବ୍ ଖାସ ବୋଲି ଧରାଯାଏ। ଶ୍ରୁକଙ୍କ ଏହି ନକ୍ଷତ୍ରରେ ଆସିବା ଦ୍ବାରା ୪ ରାଶିଙ୍କ ଘରେ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇପାରେ। ଯାହାର ଖୁବ୍ ଭଲ ଲାଭ ହୋଇପାରେ।

Also Read: ବୁଧ ଗୋଚର ୨୦୨୬: ଶ୍ରାବଣ ମାସରେ କର୍କଟ ରାଶିକୁ ବୁଧଙ୍କ ଚଳନ, ଅଗଷ୍ଟ ୫ରୁ ଏହି ରାଶିଗୁଡ଼ିକର ଆରମ୍ଭ ହେବ ଭଲ ଦିନ !

ବୃଷ ରାଶି:

ଶୁକ୍ର ଏହି ରାଶିର ସ୍ବାମୀ। ଏଥିପାଇଁ ବୃଷ ରାଶି ଲୋକଙ୍କ ଉପରେ ଶୁକ୍ରଙ୍କ ନିକ୍ଷତ୍ର ପରିବର୍ତ୍ତନର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ। ଚାକିରିଆଙ୍କୁ ଉନ୍ନତି ହୋଇପାରେ। ଆତ୍ମବିଶ୍ବାସ ବଢ଼ିପାରେ।

ମିଥୁନ ରାଶି:

ମିଥୁନ ରାଶି ଜାତକ ଉର୍ଜାବାନ ରହିବେ। ଏସମୟରେ ଆପଣଙ୍କର ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହୋଇପାରେ। ବୈବାହିକ ଜୀବନ ଏବଂ ପ୍ରେମ ସଂପର୍କରେ ମଧୁରତା ବଢ଼ିପାରେ। ସମାଜରେ ମାନ- ସମ୍ମାନ ଏବଂ ପରିଚୟ ମିଳିବ।

ସିଂହ ରାଶି:

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ସିଂହ ରାଶି ବ୍ୟକ୍ତିଙ୍କୁ ଶୁଭ ପରିଣାମ ଦେଇପାରେ। ଯେଉଁମାନେ ଅବିବାହିତ, ସେମାନଙ୍କ ଜୀବନରେ ପ୍ରେମର ଏଣ୍ଟ୍ରି ହୋଇପରେ। ସେହିଭଳି ପୂର୍ବରୁ ପ୍ରେମ ସଂପର୍କ ମଜଭୁତ ହେବ। ସନ୍ତାନଙ୍କ ସହ ଜଡ଼ିତ କୌଣସି ଭଲ ଖବର ମିଳିପାରେ।

ମକର ରାଶି

ମକର ରାଶି ବ୍ୟକ୍ତିଙ୍କ ପାଇଁ ଶୁକ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଖୁବ୍ ଅନୁକୂଳ ରହିପାରେ। ଧନ ସମ୍ବନ୍ଧୀୟ ପ୍ରସଙ୍ଗରେ ସୁଧାର ହୋଇପାରେ। ପୂର୍ବରୁ କରିଥିବା ନିବେଶରୁ ସକାରାତ୍ମକ ପରିଣାମ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଅବସର ମିଳିପାରେ।

ବି.ଦ୍ର: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ମାନ୍ୟତା ଏବଂ ସାଧାରଣ ସୂଚନା ଆଧାରିତ। ଏହାର ସତ୍ୟତା ନେଇ ପ୍ରମେୟନ୍ୟୁଜ୭ ପକ୍ଷରୁ କୌଣସି ଦାବି କରାଯାଉନାହିଁ।