ମୁମ୍ବାଇ: ଦେଶର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଗୀତ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ତାଙ୍କର ଗୀତଗୁଡ଼ିକୁ ଲୋକେ ଖୁବ ପସନ୍ଦ କରନ୍ତି । ହେଲେ ଏବେ ଶ୍ରେୟା ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇର ଓ୍ବର୍ଲିରେ ଘର କିଣିଛନ୍ତି ଶ୍ରେୟା । ଆପଣ ଭାବୁଥିବେ ଏତେ ବଡ଼ ସିଙ୍ଗର,ମୁମ୍ବାଇରେ ଘର କିଣିଲେ । ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ଅଛି ! କିନ୍ତୁ ଏହି ଘରର ଦାମ୍ ଜାଣିଲେ, ବିଶ୍ବାସ କରିବା କଷ୍ଟକର ହୋଇପଡ଼ିବ ।

ଘର କିଣିଲେ ଶ୍ରେୟା

ଗାୟିକା ମୁମ୍ବାଇର ୱର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଏହି ଅଞ୍ଚଳ ମୁମ୍ବାଇର ସବୁଠାରୁ ଚର୍ଚ୍ଚିତ ଆବାସିକ ଅଞ୍ଚଳ ମଧ୍ୟରୁ ଗୋଟିଏ । ପ୍ଲେବ୍ୟାକ୍ ଗାୟିକା ଶ୍ରେୟା ଘୋଷାଲ ମୁମ୍ବାଇର ପ୍ରସିଦ୍ଧ ୱର୍ଲି ଅଞ୍ଚଳରେ କୋଟି କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ମୂଲ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଗାୟିକା ତାଙ୍କ ମାଆ ଶର୍ମିଷ୍ଠା ଘୋଷାଲ ଏବଂ ବାପା ବିଶ୍ୱଜିତ ଘୋଷାଲଙ୍କ ସହିତ ମିଳିତ ଭାବରେ ଏହି ଆପାର୍ଟମେଣ୍ଟ କିଣିଛନ୍ତି।

ଆପାର୍ଟମେଣ୍ଟର ଦାମ୍ କେତେ ?

ସମ୍ପତ୍ତି ପଞ୍ଜୀକରଣ ଡକ୍ୟୁମେଣ୍ଟ ଅନୁଯାୟୀ, ଆପାର୍ଟମେଣ୍ଟର ମୂଲ୍ୟ ୨୯.୭୦ କୋଟି ଟଙ୍କା। ରେକର୍ଡ ଅନୁଯାୟୀ, ଘରର କ୍ଷେତ୍ରଫଳ ୨,୪୩୦.୦୬ ବର୍ଗଫୁଟ । ସମ୍ପତ୍ତିରେ ତିନୋଟି କାର୍ ପାର୍କିଂ ସ୍ଥାନ ମଧ୍ୟ ସାମିଲ। ଶ୍ରେୟା ଘୋଷାଲ ଆପାର୍ଟମେଣ୍ଟ ପାଇଁ ୧.୭୮ କୋଟି ଷ୍ଟାମ୍ପ ଡ୍ୟୁଟି ଏବଂ ୩୦,୦୦୦ ପଞ୍ଜୀକରଣ ଫି ପ୍ରଦାନ କରିଛନ୍ତି । ଏପ୍ରିଲ୍ ୧, ୨୦୨୬ ରେ ଶ୍ରେୟା ଏହି ଆପାର୍ଟମେଣ୍ଟ ପାଇଁ ପଞ୍ଜିକରଣ କରିଛନ୍ତି ।

Also Read: ରୁମରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ଅକାଳ ବିୟୋଗରେ ଟିଭି ଇଣ୍ଡଷ୍ଟ୍ରି ସ୍ତବ୍ଧ

ୱର୍ଲି ଖୁବ ଚର୍ଚ୍ଚିତ

ୱର୍ଲି ହେଉଛି ମୁମ୍ବାଇର ସବୁଠାରୁ ଆକର୍ଷଣୀୟ ଆବାସିକ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏହି ଅଞ୍ଚଳ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍, ଆନି ବେସାନ୍ତ ରୋଡ୍ ଏବଂ ପଶ୍ଚିମ ଏକ୍ସପ୍ରେସ୍ ହାଇୱେ ସମେତ ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ସଂଯୋଗ କରେ। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ, ଲୋୟର ପାରେଲ ଏବଂ ନରିମାନ ପଏଣ୍ଟ ଭଳି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରଗୁଡ଼ିକ ଏହାର ନିକଟତର । ଓ୍ବର୍ଲି ବଡ଼ ବ୍ୟବସାୟୀ ଏବଂ ଧନୀମାନଙ୍କ ମନପସନ୍ଦର ସ୍ଥାନ ।