ମୁମ୍ବାଇ ୨୩। ୦୫: ଟିଭି ଅଭିନେତ୍ରୀ ଦୀପିକା କକ୍କଡ଼ଙ୍କ ସ୍ବାମୀ ଏବଂ ଅଭିନେତା ଶୋଏବ୍ ଇବ୍ରାହିମ ଏବେ ବହୁ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି । କିଛି ସମୟ ପୂର୍ବରୁ ଶୋଏବ ଫ୍ୟାନ୍ସଙ୍କ ସହ ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଶୋଏବ ପୋଷ୍ଟରେ ନିଜ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ କହିଛନ୍ତି କି ଅଚାନକ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶୋଏବ୍ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ଲେଖିଛନ୍ତି କି, ବାପାଙ୍କ ଲାଗି ଆପଣ ସମସ୍ତଙ୍କ ପ୍ରାର୍ଥନା ଜରୁରୀ ଅଟେ । ଆଜି ସକାଳୁ ବାପାଙ୍କୁ ପୁଣି ଥରେ ଷ୍ଟୋକ୍ ଆସିଛି, ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଦୟା କରି ତାଙ୍କୁ ଆପଣଙ୍କ ପ୍ରାର୍ଥନାରେ ରଖନ୍ତୁ। ଆଗାମୀ ୨୪ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।" ଏହି ପୋଷ୍ଟ ପରେ ଫ୍ୟାନ୍ସମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ସାହସ ଦେଉଛନ୍ତି।

ଚଳିତ ମାସ ୬ମଇରେ ଶୋଏବ୍ ତାଙ୍କ ଆକାଉଣ୍ଟରେ ନିଜ ବାପାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଥିଲେ ଏବଂ ତାଙ୍କୁ ଜନ୍ମଦିନର ଶୁଭକାମନା ଦେଇଥିଲେ । ଫଟୋରେ ଶୋଏବ୍ ଏବଂ ତାଙ୍କ ପୁଅ ତାଙ୍କୁ ଚୁମ୍ବନ କରୁଥିବା ଦେଖାଯାଉଛନ୍ତି । ଯାହା ଉପରେ ଫ୍ୟାନ୍ସ ଖୁବ୍ ଭଲ ପାଇବା ଦେଇଥିଲେ । ଶୋଏବ୍ ପ୍ରତିଦିନ ଦୀପିକାଙ୍କ ସହ ମିଶି ନିଜ ବ୍ଲଗ୍ ସେୟାର କରିଥାନ୍ତି, ଯେଉଁଥିରେ ସ୍ପଷ୍ଟ ଦେଖାଯାଇଥାଏ କି ସେ ସବୁବେଳେ ନିଜ ପରିବାରର ବହୁତ ଧ୍ୟାନ ରଖୁଛନ୍ତି ।