ମୁମ୍ବାଇ : ଜୁନିୟର NTR ଏବଂ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡ୍ରାଗନ୍’କୁ ନେଇ ଜୋରଦାର ଚର୍ଚ୍ଚା । ଫିଲ୍ମରେ ଆଲିଆ ଭଟ୍ଟଙ୍କ ସାମିଲ ନେଇ ଖବର ଆସିବା ପରେ ଏବେ ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ରିପୋର୍ଟ ଅନୁସାରେ, ଶାହିଦ କପୁରଙ୍କୁ ‘ଡ୍ରାଗନ୍’ରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପାୱରଫୁଲ୍ ଭୂମିକା ପାଇଁ ନିଆଯାଇପାରେ। କିଛି ରିପୋର୍ଟରେ ସେ ଫିଲ୍ମର ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିପାରନ୍ତି ବୋଲି କୁହାଯାଇଛି।

ନିକଟରେ କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଆଲିଆ ଭଟ୍ଟ ଏବଂ ଶାହିଦ କପୁର ‘ଡ୍ରାଗନ୍’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସାମିଲ ହୋଇଛନ୍ତି। ତେବେ ଏହି କାଷ୍ଟିଂ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଶାହିଦ କପୁର ସତରେ ମୁଖ୍ୟ ଖଳନାୟକ ଭୂମିକାରେ ଆସନ୍ତି, ତେବେ ବଡ଼ ପରଦାରେ ଜୁନିୟର NTR ଓ ଶାହିଦ କପୁରଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ପାଇବେ ଦର୍ଶକ । ଏହା ହେବ ଦୁଇ ଅଭିନେତାଙ୍କ ପ୍ରଥମ ବଡ଼ ସ୍କ୍ରିନ୍ କୋଲାବୋରେସନ୍।

ପ୍ରଶାନ୍ତ ନୀଲଙ୍କ ଫିଲ୍ମରେ ଆକ୍ସନ୍, ଦମଦାର ଚରିତ୍ର ଏବଂ ବଡ଼ ଧମାକା ପାଇଁ ଅଲଗା ପରିଚୟ ରହିଛି । ‘ଡ୍ରାଗନ୍’ରେ ଶାହିଦଙ୍କ ଏଣ୍ଟ୍ରି ହେଲେ ଫିଲ୍ମର ଆକ୍ସନ୍ ଓ କାହାଣୀ ଆହୁରି ଦମଦାର ହେବ ବୋଲି ଫ୍ୟାନ୍ମାନେ ଆଶା କରୁଛନ୍ତି। ଜୁନିୟର NTR ଏବଂ ପ୍ରଶାନ୍ତ ନୀଲଙ୍କ ଏହି ପ୍ରଥମ କଲାବୋରେସନ୍ ଆଗରୁ ହିଁ ପ୍ୟାନ୍-ଇଣ୍ଡିଆ ସିନେମାର ସବୁଠାରୁ ଚର୍ଚ୍ଚିତ ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ। ଏବେ ଆଲିଆ ଭଟ୍ଟ ଓ ଶାହିଦ କପୁରଙ୍କ ଏଣ୍ଟ୍ରି ଫିଲ୍ମର କ୍ରେଜ୍କୁ ଆହୁରି ବଢ଼ାଇ ଦେଇଛି। ବର୍ତ୍ତମାନ ନିର୍ମାତାଙ୍କ ଅଫିସିଆଲ ଘୋଷଣାକୁ ଅପେକ୍ଷା କରିଛନ୍ତି ଦର୍ଶକ ।