ଭୁବନେଶ୍ୱର ୫।୨: ଭୁବନେଶ୍ବର ନନ୍ଦନ ବିହାର ଛକରେ ସିରିଜ୍ ଦୁର୍ଘଟଣା । ବୋଲେରୋ ଧକ୍କାରେ ଏକାଧିକ ଗାଡ଼ି ଚୁରମାର୍। ତିନୋଟି ବାଇକ୍ ଉପରେ ଚଢ଼ିଗଲା ବୋଲେରୋ। ଦୁର୍ଘଟଣାରେ ମହିଳାଙ୍କ ସମେତ ତିନି ଜଣ ଆହତ ।ବାପା ମାଆ ଏବଂ ଛୁଆ ଆହତ ହୋଇଥିବା ଜଣାପଡିଛି ।

ଏ ଖବର ବି ପଢ଼ନ୍ତୁ:- ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା, ଏବେ ଆଜୀବନ ରହିବ ଜେଲ୍‌ରେ

ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକକୁ କାବୁ କଲେ ଲୋକେ । ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା। ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛି ।