କାମାକ୍ଷାନଗର: ଛିଡ଼ା ହୋଇଥିବା ହାଇଓ୍ବାକୁ ପଛରୁ ଧକ୍କା ଦେଲା ସ୍କୁଟି । ଏଥିରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ଚାଲିଯାଇଛି ଜୀବନ। ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ବାବାଜୀ ବେହେରା । ଢେଙ୍କାନାଳ- କାମାକ୍ଷାନଗର ମୁଖ୍ୟରାସ୍ତାର ଜଡ଼ାପାଳ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ସୁଚନା ଅନୁସାରେ, ବାବାଜୀ ନିଜ ସ୍କୁଟି ଯୋଗେ ଢେଙ୍କାନାଳରୁ କୌଣସି କାମ ସାରି ଘରକୁ ଫେରୁଥିଲେ। ଫେରିବା ବାଟରେ ଜଡ଼ାପାଳ ଛକ ନିକଟରେ ଛିଡ଼ା ହୋଇଥିବା ଏକ ହାଇଓ୍ବାକୁ ପଛରୁ ଧକ୍କାଦେଇଥିଲେ । ଏହି ହାଇଓ୍ବାଟି ଭାରିଯାନ ଯାତାୟତ କଟକଣା ଯୋଗୁ ସେଠାରେ ଛିଡ଼ା ହୋଇଥିଲା । ତେବେ ଦୁର୍ଘଟଣାରେ ଯୋଗୁ ଘଟଣାସ୍ଥଳରେ ବାବଜୀ ଛିଟିକି ପଡ଼ିଥିଲେ।

Also Read: ଗୁହାଳରେ ପଶିଲା ୧୫ ଫୁଟର ବଉଳା କୁମ୍ଭୀର, ଭୟରେ ଗ୍ରାମବାସୀ

ତେବେ ଗୁରତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସର ପହଞ୍ଚି ତଦନ୍ତ ଚଳାଇଛି।