ଭୁବନେଶ୍ବର ୧୯।୮: ଡିସେମ୍ବରରେ ଏସ୍‌ସିବି ନୂଆ ବିଲ୍ଡିଂର ଉଦଘାଟନ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି । ଦ୍ଵିତୀୟ କ୍ୟାମ୍ପସରେ ନିର୍ମାଣ ହେବ ନୂଆ ସ୍ୱତନ୍ତ୍ର ମେଡିସିନ ବିଭାଗୀୟ ବିଲ୍ଡିଂ ।

ଏସସିବି ନୂଆ ବିଲ୍ଡିଂ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନେଇଥିଲେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ । ନୂଆ ବିଲ୍ଡିଂର ଦୁଇଟି ବ୍ଲକ୍ କାମ ସରିଛି । ଖୁବ୍ ଶୀଘ୍ର ରୋଗୀ ସ୍ଥାନାନ୍ତର ଆରମ୍ଭ ହେବେ । ଆଉ ଦୁଇଟି ବ୍ଲକ୍ କାମ ଶୀଘ୍ର ସରିବ । ପାର୍କିଂ ସହ ଅନ୍ୟାନ୍ୟ ସୁବିଧା ବାବଦରେ ଲୋକସେବା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

Also Read:- MMDR ବିଲ୍‌କୁ ନେଇ ବିଜେଡିର ଆପତ୍ତି, ନବୀନ କହିଲେ- ଆମ ଅଧିକାର ଛଡ଼ାଇ ନିଆଯାଇଛି

ପୁରୁଣା ବିଲ୍ଡିଂ ସହ ନୂଆ ମେଡିସିନ ବିଭାଗ ବିଲ୍ଡିଂ ନିର୍ମାଣ ହେବ । ଏନେଇ ଡିପିଆର ପ୍ରସ୍ତୁତ ପରେ ଖୁବ୍ ଶୀଘ୍ର ପୁଣି ଥରେ ବୈଠକ ବସିବ । ଡିସେମ୍ବର ସୁଦ୍ଧା କ୍ଲିନିକାଲ ବିଲ୍ଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବୈଠକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସହ ପୂର୍ତ୍ତ ସଚିବ କଟକ ଜିଲ୍ଲାପାଳ ଏବଂ ଅନ୍ୟନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Watch Video: