ରିୟାଦ : ହୁତିଙ୍କ ନିରନ୍ତର ଆକ୍ରମଣ ମଧ୍ୟରେ ସାଉଦି ଏବଂ ଇରାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାଉଦି ଆରବ ଏବଂ ୟେମେନ ମଧ୍ୟରେ ଉତ୍ତେଜନାକୁ କମାଇବା ପାଇଁ ଇରାନ ଦେଇଛି ଏକ ପ୍ରସ୍ତାବ । ଗତ କିଛିଦିନରେ ରିୟାଦ ବିମାନବନ୍ଦର ଉପରେ ହୋଇଥିବା ବାରମ୍ବାର ଆକ୍ରମଣରେ ୧୩ ଜଣ ଲୋକ ପ୍ରାଣ ହରାଇଥିବାବେଳେ; ଏହି ଘଟଣାଗୁଡ଼ିକୁ ନେଇ ଅନେକ ଦେଶ ନିନ୍ଦା କରିଥିଲେ।ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ସାଉଦି ଆରବ ଓ ଇରାନ ମଧ୍ୟରେ କୂଟନୈତିକ ଆଲୋଚନାକୁ ନେଇ ଏବେ ଚର୍ଚ୍ଚା ଜୋର । ହୁତି ବିଦ୍ରୋହୀଙ୍କ ଆକ୍ରମଣ ଏବଂ ଆଞ୍ଚଳିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ, ଉତ୍ତେଜନା ହ୍ରାସ କରିବା ପାଇଁ ତେହେରାନ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି।

ହୁତି ଆକ୍ରମଣକୁ ନେଇ ଧୀରେ ଧୀରେ ବଢ଼ୁଛି ଚିନ୍ତା । ୟେମେନରେ ସକ୍ରିୟ ହୁତି ବିଦ୍ରୋହୀମାନେ ଦୀର୍ଘଦିନ ଧରି ଆଞ୍ଚଳିକ ସଂଘର୍ଷର ମୁଖ୍ୟ କାରଣ ପାଲଟିଛନ୍ତି । ଯାହା ଲୋହିତ ସାଗର ଓ ଏହାର ଆଖପାଖ ସମୁଦ୍ରପଥରେ ଜାହାଜ ଉପରେ ଆକ୍ରମଣ ଏବଂ ସାମରିକ ଉତ୍ତେଜନା ଅନ୍ତର୍ଜାତୀୟ ବାଣିଜ୍ୟ ଓ ସୁରକ୍ଷାକୁ ପ୍ରଭାବିତ କରିଛି। ରିପୋର୍ଟ ଅନୁସାରେ, ଅକ୍ଟୋବର ୧୦ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପରେ ମଧ୍ୟ ଅନେକ ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ପରେ ସାଉଦି ଆରବ ଓ ୟେମେନର ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହେବା ନେଇ ଆଶଙ୍କା ବଢ଼ିଛି। ଏହାର ପ୍ରଭାବ ଆଞ୍ଚଳିକ ସୁରକ୍ଷା ସହିତ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ମଧ୍ୟ ପଡ଼ିପାରେ।

ତେହେରାନର ପ୍ରସ୍ତାବ କ’ଣ ?

ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ଏବଂ ଇରାନର ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଘଚିଙ୍କ ମଧ୍ୟରେ ରବିବାର ଫୋନ୍ରେ ଆଲୋଚନା ହୋଇଥିଲା। ଏଥିରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଏହାକୁ କମାଇବାର ଉପାୟ ଉପରେ ଚର୍ଚ୍ଚା ହୋଇଥିବା ରିପୋର୍ଟରେ କୁହାଯାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆରାଘଚି କହିଛନ୍ତି ଯେ, ସାଉଦି ଆରବ ଓ ୟେମେନ ମଧ୍ୟରେ ଆଲୋଚନା କରାଇବା ପାଇଁ ତେହେରାନ ସମ୍ଭବ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା କମାଇବା ଏବଂ କୂଟନୈତିକ ଉପାୟରେ ସମସ୍ୟାର ସମାଧାନ ଖୋଜି ବାହାର କରିବା । ସାଉଦି ଆରବର ରିୟାଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୁତିର ଆକ୍ରମଣ ପରେ ପରିସ୍ଥିତି ଅଧିକ ଗମ୍ଭୀର ହେବାରୁ ଏହି ପ୍ରସ୍ତାବ ଦେଇଛି ଇରାନ । ତେବେ ତେହେରାନର ପ୍ରସ୍ତାବ ସମାଧାନର ବାଟ ଖୋଲିପାରେ, କିନ୍ତୁ ଏହା ଦ୍ୱାରା ହୁତି ଆକ୍ରମଣ ବନ୍ଦ ହେବ କି ନାହିଁ, ତାହା ଏବେ ସ୍ପଷ୍ଟ ନାହିଁ । ଆଗାମୀ ଦିନରେ ଉଭୟ ଦେଶର କୂଟନୈତିକ ପଦକ୍ଷେପ କଣ ରହିବ ତାହା ଉପରେ ସମଗ୍ର ବିଶ୍ୱର ନଜର ।