ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବ, ୨ୟ ଦିନରେ ଦର୍ଶକଙ୍କ ଭିଡ଼

Published By : Prameya-News7 Bureau | April 28, 2025 IST

ସାଲେପୁର ୨୮।୦୪ : ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ଓ ସାଲେପୁର ମହୋତ୍ସବ । ମହୋତ୍ସବର ମଞ୍ଚରେ ୨ୟ ସଂଧ୍ୟାରେ ଦର୍ଶକ ଦେଖିଲେ ଓଡ଼ିଶୀ ଏବଂ ଦେଶାତ୍ମବୋଧକ ନୃତ୍ୟ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ବ୍ଲକ ବିଡ଼ିଓ ଖଗେଶ୍ୱର ପାତ୍ର ଦ୍ୱୀପ ଜାଳି ୨ୟ ସଂଧ୍ୟାରେ ଶୁଭାରମ୍ଭ କରିଥିଲେ । ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି କାମନା କରି ୧ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ମହୋତ୍ସବରେ ଓଡ଼ିଶାର କଳା ସଂସ୍କୃତିର ନିଚ୍ଛକ ପ୍ରଦର୍ଶିତ କରାଯାଇଥିଲା । ବାଳୁକା କଳାଠୁ ଆରମ୍ଭ କରି ଦସ୍ତଖତ ଅଭିଯାନ କରାଯାଇଛି । ମା’ଙ୍କ ହାତ ତିଆରି ଘରକରଣା ସାମଗ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବିକ୍ରି ହେଉଥିବା ବେଳେ ମୀନାବଜାରର ମଜା ନେଉଛନ୍ତି ଦର୍ଶକ । 

ସେହିପରି ଏହି ମହୋତ୍ସବର ଲକ୍ଷ୍ୟ ମଧୁବାବୁଙ୍କ ଜୀବନ ଶୈଳୀ ଆଗାମୀ ପିଢି ପାଖରେ ପହଞ୍ଚି ପାରିବ । ସେଥିପାଇଁ ଏଭଳି କାର୍ଯ୍ୟକ୍ରମ ଉର୍ଦ୍ଦିଷ୍ଟ । ମଧୁବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଏବଂ ତାଙ୍କ ଜନ୍ମପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ସରକାର ପାଖରେ ଦାବି ଦୋହରାଇଛନ୍ତି ମଧୁ ଜୟନ୍ତୀ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ଶେଷରେ ଓଡ଼ିଶା ପ୍ରତିଷ୍ଠିତ କଳାକାର ଅଭିନେତ୍ରୀ ଭୂମିକା , ସତ୍ୟଜିତ ପ୍ରଧାନଙ୍କ ନାଚ ଓ ସଂଗୀତରେ ମଞ୍ଚ ଦୁଲୁକୁଥିଲା । ନାମୀଦାମୀ କଳାକାର ମଞ୍ଚରେ ସଙ୍ଗୀତ ନୃତ୍ୟ ପରିବେଶଷ କରିଥିଲେ । ଏହାସହିତ ଶାନ୍ତିଶୃଙ୍ଖଳା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.