ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ

Published By : Prameya-News7 Bureau | April 28, 2025 IST

ଭୁବନେଶ୍ୱର ୨୮।୦୪ : ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜେଡି ଦଳ ତରଫରୁ ମଧୂବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ବିଜେଡି ନେତା ଓ କର୍ମୀ । 

ଏହି ଅବସରରେ ବିଜେଡି ନେତା କହିଛନ୍ତି ଯେ, ମଧୁବାବୁ ହେଉଛନ୍ତି ଉତ୍କଳ ପ୍ରଦେଶ ଗଠନର ମହାନ ବିନ୍ଧାଣୀ । ଭାଷା ଭିତିକ ଓଡିଶା ପ୍ରଦେଶ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ଓଡ଼ିଶାରେ ଶିଳ୍ପର ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅନେକ ପ୍ରଚେଷ୍ଟା ରହିଥିଲା । ଏହାସହ ସାରା ବିଶ୍ୱ ଏବଂ ଦେଶରେ ଵାରିଷ୍ଟର ଭାବରେ ମଧ୍ୟ ତାଙ୍କର ଅନେକ କ୍ଷାତି ରହିଥିଲା । ତାଙ୍କର ଚିନ୍ତା ଏବଂ ଚେତନାକୁ ଓଡ଼ିଆ ଜାତି ମାନେ ରଖିବ । ଏହାକୁ ଯଦି କିଛି ମାତ୍ରାରେ ଆମେ ରୂପାୟତ କରିପାରିବା । ତେବେ ତାହାହିଁ ମଧୂବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.