କଟକ ୨୮।୦୪ : ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପୁଣି ବିସ୍ଫୋରକ ବୟାନ । ପୂର୍ବ ସରକାର ମାନେ ବିଜେଡିକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପରୋକ୍ଷରେ ବିଜେପି ଏବଂ ବିଜେଡିକୁ ଆକ୍ଷେପ କରି କହିଛନ୍ତି ଏହି ପୂର୍ବତନ ବିଧାୟକ ।
ସେ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା ପାଇଁ ସରକାର ପରିବର୍ତ୍ତନ ହୋଇନାହିଁ । କେବଳ ଅହଂକାର ପାଇଁ ଆମର ପରାଜୟ ହେଲା । ବିଜେଡି ବନ୍ଧୁମାନେ ଏବେ ବୁଝିବା ଦରକାର । ଅହଂକାରକୁ ଦୂରେଇ ଦେଇଥିଲେ ହୁଏତ ଆମେ ଏଭଳି ପରାଜୟ ଦେଖିବାକୁ ମିଳିନଥାନ୍ତା । ଓଡ଼ିଆ ଅସ୍ମିତାକୁ କେହି ବିପଦରେ ପକାଇ ପାରିବେନାହିଁ । ଓଡ଼ିଆ ଅସ୍ମିତାକୁ ଆମେ ଏପର୍ଯ୍ୟନ୍ତ ଅନୁଭବ କରିପାରୁନାହୁଁ ।