ଭୁବନେଶ୍ୱର ୨୮।୦୪ : କାଶ୍ମୀର ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତଚରଣ ଦାସ । ଆତଙ୍କୀ ନିପାତ କରିବାରେ ସରକାର ଫେଲ୍ ମାରିଛନ୍ତି । କାଶ୍ମୀରରେ ଯାହା ଘଟିଲା, ସେଥିପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି ପିସିସି ସଭାପତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମେ ପହଲଗାମ୍ ଘଟଣାର ଯାଞ୍ଚ କରିବା ଆବଶ୍ୟକ । ଲୋକଙ୍କ ଜୀବନ ସହ ଖେଳି ରାଜନୀତି ବନ୍ଦ କରୁ ବିଜେପି । ପୁଲଓ୍ୱାମା ପରେ ଦେଶବାସୀ ଜାଗି ଉଠିଥିଲେ । କିନ୍ତୁ ନିର୍ବାଚନରେ ଫାଇଦା ନେଇଗଲା ଭାରତୀୟ ଜନତା ପାର୍ଟି ।କଂଗ୍ରେସ ପାର୍ଟି ଓ ଅନ୍ୟାନ୍ୟ ବିରୋଧୀ ଦଳ ଦେଶ ସହିତ ଅଛନ୍ତି । ଭାରତୀୟମାନେ ଏକ ହୋଇ ଦେଶ ନିର୍ମାଣ କରିଛନ୍ତି । ତେଣୁ ହିନ୍ଦୁ-ମୁସଲିନ୍ କହି ଭାଗ କରନ୍ତୁ ନାହିଁ । କାଶ୍ମୀରର ସେହି ଅଞ୍ଚଳରେ ସରକାର କାହିଁକି ଭୟାକୁଳ ପରିସ୍ଥିତି ରଖିଲେ ନାହିଁ । ନିର୍ବାଚନ ପରେ ପୁରା ଫୋର୍ସକୁ ପ୍ରତ୍ୟାର୍ପଣ କରିଦେଲେ । ୨୦୦୦ ଲୋକଙ୍କ ଜୀବନର କିଛି ମୂଲ୍ୟ ନାହିଁ । ହିନ୍ଦୁ-ମୁସଲିମ୍ ନକରି ଆତଙ୍କୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ପୁଲଓ୍ୱାମାରେ ଯବାନଙ୍କୁ ବଞ୍ଚେଇ ପାରିଲେନି, ପହଲଗାମ୍ରେ ଲୋକଙ୍କୁ ବଞ୍ଚାଇପାରିଲେନି । ପ୍ରଧାନମନ୍ତ୍ରୀ କାହା ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ ଆଗ କୁହନ୍ତୁ । ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅର କାହା ସହିତ ବ୍ୟବସାୟିକ ସଂପର୍କ ଅଛି ବୋଲି ପ୍ରଶ୍ନ କରିଛନ୍ତି ।
ସେହିପରି ଯଦି ଧର୍ମ ପଚାରି ଗୁଳି ମାରୁଥିଲେ, ତେବେ ମୁସଲିମ୍ ମରିଲେ କେମିତି । ଆତଙ୍କୀର କୌଣସି ଜାତି ନଥାଏ । ହିନ୍ଦୁ-ମୁସଲମାନ କହି ଲୋକଙ୍କୁ ବିଭ୍ରାନ୍ତି କରାନଯାଉ । ମାରିଥିବା ଲୋକ ହିନ୍ଦୁ ଶବ୍ଧ କହିଲା କାହିଁକି । ତାଙ୍କ ସମୟରେ ସଂସଦରେ ଆକ୍ରମଣ , ପୁଲଓ୍ୱାମା ଆଟାକ୍ ହେଲା । ଆଉ ୧୯୭୧ରେ ଇନ୍ଦିରା ଗାନ୍ଧୀ ସଂପୂର୍ଣ୍ଣ ପାକିସ୍ତାନକୁ ଘେରିସାରିଥିଲେ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କୁ ଅଲଗା କରନ୍ତୁନାହିଁ । କଂଗ୍ରେସ ସେମାନଙ୍କ ସହ ରହିଛି ।