ଭୁବନେଶ୍ୱର ୨୮।୦୪ : ଦହିବରା ଖାଇ ପଇସା ମାଗିବାରୁ ଦହିବରା ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼ । ଦିନରେ ସମାଧାନ କରିଲେ, ରାତିରେ ରାଗ ସୁଜାଇଲେ ଦୁର୍ବୃତ୍ତ । ଭୁବନେଶ୍ୱର ବିଏମ୍ସି ଅଫିସ ପାଖ ଭଗବତୀ ବସ୍ତିରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ଦହିବରା ଖାଇ ପଇସା ମାଗିବାରୁ ବ୍ୟବସାୟୀ ଙ୍କୁ ନିସ୍ତୁକ ମାଡ । ଦିନରେ ସମାଧାନ କରିବା ପରେ ରାତିରେ ନିର୍ଘାତ ମାଡ଼ ମାରିଛନ୍ତି। ରବିବାର ବିଳମ୍ବିତ ରାତିରେ ଯୁବକଙ୍କୁ ନିସ୍ତୁକ ମାଡ ସହ କାର ଭାଙ୍ଗିଦେଲେ ଦୃର୍ବୁତ୍ତ । ଭୁବନେଶ୍ୱରର ବିଏମସି ଅଫିସ୍ ପାଖ ଭଗବତୀ ବସ୍ତିରେ ଘଟିଛି ଘଟଣା । ଦୁବୁର୍ତ୍ତଙ୍କ ମାଡରେ ଗୁରୁତର ଆହତ ଅବସ୍ଥାରେ ପ୍ରକାଶ ବେହେରା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଦୃର୍ବୁତ୍ତମାନେ ତାଙ୍କ ମୋବାଇଲ ଫୋନ ସୁନା ଚେନ ଛଡ଼ାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ଆହତ ପ୍ରକାଶଙ୍କ ମା- ଭଉଣୀ ଥାନାରେ ଅଭିଯୋଗ କରିଛନ୍ତି । ନିଜର ଦବଦବା ଜାହିର ପାଇଁ ଶିକୁ ଖୁଣ୍ଟିଆ, ଲିକୁ ସେଠୀ ଏଭଳି କାରନାମା କରିଥିବା କହିଛନ୍ତି ପରିବାର ଲୋକେ ।