ଓଡ଼ିଶାରେ ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଚାଲିଛି, ଶୀଘ୍ର ଗୃହ ବିଭାଗକୁ ପଠାଯିବ ତାଲିକା

Published By : Prameya-News7 Bureau | April 28, 2025 IST

ଭୁବନେଶ୍ବର ୨୮/୪: ଓଡ଼ିଶାରେ ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । । ଗତ ୨ ମାସ ହେଲାଣି ପଞ୍ଚାୟତ ସ୍ତରରେ ଚାଲିଛି । କିଛି ଲୋକଙ୍କ ତାଲିକା ସରକାର ପ୍ରସ୍ତୁତ କରିଛନ୍ତି । ସେମାନେ କେଉଁଠି ରହି କଣ କାମ କରୁଛନ୍ତି ସେ ସଂପର୍କରେ ସରକାର ଅବଗତ ଅଛନ୍ତି । ଯେଉଁମାନେ ଭିସା କିମ୍ବା ବିନା ବିନା ଭିସାରେ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି ।

୨ ଦିନ ଆଗରୁ ଗୁଜରାଟରେ ଥିବା ପ୍ରାୟ ୪ଶହ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ସ୍ବଦେଶ ପଠାଇବାକୁ ନିର୍ଦ୍ଦେଶ ରହିଛି । ସମସ୍ତଙ୍କର ଭୋଟର ଓ ଆଧାର କାର୍ଡ ଯାଞ୍ଚ କରାଯାଉଛି । ସ୍ଥାନୀୟ ପ୍ରତିନିଧି ଓ ଲୋକଙ୍କ ପରାମର୍ଶ ନିଆଯାଉଛି । ଖୁବ ଶୀଘ୍ର ଅନୁପ୍ରବେଶକାରୀଙ୍କ ତାଲିକା ଗୃହ ବିଭାଗ ପାଖକୁ ଆସିବ । ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ବାଂଲାଦେଶୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବା ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।  

ରବିବାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ପୋଲିସ କମିଶନରଙ୍କ ନୋଟିସ ପରେ ଭୁବନେଶ୍ବର ଛାଡିଛନ୍ତି ପାକିସ୍ତାନୀ ମହିଳା ନଗ୍‌ମା ୟୁସୁଫ । ୨୦୦୮ରେ ଭୁବନେଶ୍ବର ବାସିନ୍ଦା ମହମ୍ମଦ ନିଜାମୁଦ୍ଦିନଙ୍କୁ ବିବାହ କରି ଏଠାରେ ରହୁଥିଲେ । ତେବେ ସେ ବିବାହ ପରେ ଏଠାକାର ନାଗରିକତ୍ବ ପାଇଁ ଆବେଦନ କରିନଥିଲେ । ୨୦୨୪ ଡିସେମ୍ବରରେ ତାଙ୍କ ଭିସା ଅବଧି ଶେଷ ହୋଇଥିଲା । ଦୀର୍ଘ ମିଆଦି ଭିସା ପାଇଁ ସେ ଆବେଦନ କରିଥିଲେ । ତେବେ ପହଲଗାମ ହମ୍‌ଲା ପରେ ପାକିସ୍ତାନୀଙ୍କୁ ଭାରତ ଛାଡ ନିର୍ଦ୍ଦେଶ ପରେ ନଗ୍‌ମାଙ୍କୁ ସ୍ବଦେଶ ଫେରିଯିବାକୁ ପଡିଛି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.