ମୁମ୍ଵାଇ ୨୮।୦୪; ବଲିଉଡ୍ର ଲୋକପ୍ରିୟ ଅଭିନେତା ଭିକି କୌଶଲ । ଛାବା ପରେ ତାଙ୍କ ଡିମାଣ୍ଡ ବଢିଯାଇଛି । ତାଙ୍କର ଏବେ ଦିନକୁ ଦିନ ସିନେମା ଚୟନ କରିବାର ଧାରା ପରିବର୍ତ୍ତନ ହେଉଛି । ପୂର୍ବରୁ କମେଡି, ପାରିବାରିକ ଚରିତ୍ରରେ ନଜର ଆସୁଥିବା ଅଭିନେତା ବର୍ତ୍ତମାନ ଗମ୍ଭୀର ଚରିତ୍ର ବାଛୁଛନ୍ତି ।ତାଙ୍କ ଫିଲ୍ମ ଛାବା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏହି ସିନେମା ବକ୍ସ ଅଫିସରେ ଧମାଲ୍ ମଚାଇ ୮୦୦ କୋଟି ଟଙ୍କା ଆୟ କରିଥିଲା । ବର୍ତ୍ତମାନ ଅଭିନେତା ଭିକି କୌଶଲ୍ ସଞ୍ଜୟ ଲୀଲା ଭନସାଲିଙ୍କ ସହ ମିଶି ଗୋଟିଏ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହି ସିନେମାର ନାଁ LOVE AND WAR । ଏଥିରେ ଭିକିଙ୍କ ରଣବୀର କପୁର୍ ଏବଂ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ ।
ଏପର୍ଯ୍ୟନ୍ତ ଏହି ଫିଲ୍ମର ସୁଟିଂ କାମ ଏଯାଏଁ ଆରମ୍ଭ ହୋଇନଥିବା ଖବର ଆସୁଛି । ଆଉ ଏହାରି ଭିତରେ ଶୁଣିବାକୁ ମିଳିଛି ଯେ ଅଲମ୍ପିଆନ୍ ଶରତ୍ କମଲ୍ ଇଚ୍ଛା ପ୍ରକଟ କରିଛନ୍ତି ଯେ ଅଭିନେତା ଭିକି ତାଙ୍କ ବାୟୋପିକ୍ରେ ଅଭିନୟ କରନ୍ତୁ। ଭାରତୀୟ ଟେବଲ୍ ଟେନିସ୍ ଚ୍ୟାମ୍ପିୟନ୍ ଶରତ କମଲ ଏକ ସାକ୍ଷାତକାରରେ ଏହାକୁ ନେଇ ଆଲୋଚନା କରିଥିଲେ ।
ଏହି ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ ଯଦି ତାଙ୍କୁ ନେଇ ବାୟୋପିକ୍ ପ୍ରସ୍ତୁତ ହୁଏ ତେବେ ସେ କେଉଁ ଅଭିନେତାଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହାଁନ୍ତି ଏବଂ ଏହି କଥାରେ ସେ ଭିକି କୌଶଲଙ୍କ ନାଁ କହିଥିଲେ । ଏହା ସହ ଶରତ୍ କମଲ୍ କହିଥିଲେ ସିନେମା ନିର୍ମାଣ ପୂର୍ବରୁ ସେ ନିଜ ଜୀବନ ଉପରେ ଏକ ପୁସ୍ତକ ଲେଖିବାକୁ ଚାହାଁନ୍ତି । କାରଣ ପୁସ୍ତକ କ୍ଲାରିଟି ଆଣିଥାଏ ଏବଂ କ୍ଲାରିଟି ଆସିଲେ ସିନେମା ପ୍ରସ୍ତୁତ କରିବାରେ ଅସୁବିଧା ହୁଏ ନାହିଁ । ଯଦି ପୁସ୍ତକ ସମ୍ପୂର୍ଣ୍ଣ ହୋଇଗଲା, ସିନେମା ବି ପ୍ରସ୍ତୁତ ହୋଇଯିବ । ଶରତ ଭିକି ଓ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି।