ବେଙ୍ଗାଲୁରୁରେ ଗର୍ଜିଲା ଡୁପ୍ଲେସିସ୍‌ଙ୍କ ବ୍ୟାଟ୍: RCBର ହାଟ୍ରିକ ବିଜୟ

Published By : Prameya-News7 Bureau | May 04, 2024 IST

Cricinfo

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଗୁଜରାଟକୁ ହରାଇଲା RCB। ଏହି ବିଜୟ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର୍ କ୍ରମାଗତ ତିନୋଟି ବିଜୟ ହାସଲ କରିଛି। ଆଇପିଏଲ୍-2024ର ୫୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୪ ୱିକେଟରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିଛି। 

ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଆରସିବି ୧୩.୪ ଓଭରରେ ୬ ୱିକେଟ୍ ହରାଇ ଟାର୍ଗେଟକୁ ହାସଲ କରିଛି। ୧୧ଟି ମ୍ୟାଚରେ ଏହା ବେଙ୍ଗାଲୁରୁର ଚତୁର୍ଥ ବିଜୟ। ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦଶମରୁ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି ବାଙ୍ଗାଲୋର। ଆରସିବି ପାଇଁ ଫାଫ୍ ଡୁ ପ୍ଲେସିସ୍ ଦ୍ରୁତତମ ୬୪ ରନ୍ ଏବଂ ବିରାଟ କୋହଲି ୪୨ ରନ୍ ସଂଗ୍ରହ କରିଥିଲେ।

ଆରସିବି ମାତ୍ର ୧୦ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେବ ବୋଲି ଲାଗୁଥିଲା। କିନ୍ତୁ ଡୁପ୍ଲେସିସ୍‌ ଆଉଟ ହୋଇଯିବା ପରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇଥିଲା ଆରସିବି । ଶେଷରେ ଦୀନେଶ କାର୍ତ୍ତିକ ସବୁଥର ଭଳି ଏଥର ଭଲ ପ୍ରଦର୍ଶନ କରିଥିଲେ। ଡିକେଙ୍କ ଅପରାଜିତ ୨୧ ରନ୍‌ ବଳରେ ଆରସିବି ୬ ଓ୍ବିକେଟ ବିନିମୟରେ ବିଜୟୀ ହୋଇଛି । ସେପଟେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଜୋଶୁଆ ଲିଟିଲ୍‌ ୪ଟି ଓ୍ବିକେଟ ନେଇଥିବା ବେଳେ ନୂର  ଅହମ୍ମଦ ୨ଟି ଓ୍ବିକେଟ ନେଇଛନ୍ତି ।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.