ମୁମ୍ଵାଇ ୨୪।୦୫: ବଲିଉଡ୍ର ସୁନ୍ଦରୀ ତଥା ନୀଳ ନୟନା ଐଶ୍ଵର୍ଯ୍ୟା ରାୟ ବଚ୍ଚନ । ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଅଛନ୍ତି। ସେ କିଛି ନା କିଛି ଫଟୋ ସବୁବେଳେ ସେୟାର କରନ୍ତି । ଐଶ୍ୱର୍ଯ୍ୟାଙ୍କ ମା’ଙ୍କ ଜନ୍ମଦିନ ୨୩ ମେରେ ହୋଇଥିଲା । ଅଭିନେତ୍ରୀ ଚଳିତ ବର୍ଷ ତାଙ୍କ ମା’ଙ୍କ ଜନ୍ମଦିନ ଧୁମ୍ଧାମରେ ପାଳନ କରିଥିଲେ। ଆରାଧ୍ୟା ମଧ୍ୟ ଆଇ’ଙ୍କ ଜନ୍ମଦିନ ସେଲିବ୍ରେସନ୍ର ଭାଗ ନେଇଥିଲେ। ଜନ୍ମଦିନରେ ସମସ୍ତେ ବହୁତ ମଜା କରିଥିଲେ। ଏହି ଫଟୋରେ ଐଶ୍ୱର୍ଯ୍ୟାଙ୍କ ମା ଏବଂ ତାଙ୍କ ପରିବାର ସମସ୍ତେ ଦୃଶ୍ୟମାନ ହେଉଛନ୍ତି କିନ୍ତୁ ଜଣେ ବ୍ୟକ୍ତି ଗାଏବ ଥିଲେ ଏବଂ ସେ ହେଉଛନ୍ତି ଅଭିଷେକ ବଚ୍ଚନ। ଫଟୋରେ ଅଭିଷେକ ନ ଦେଖାଯାଉଥିବାରୁ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି। ତାଙ୍କ ଅନୁପସ୍ଥିତିକୁ ନେଇ ସେମାନେ ପ୍ରଶ୍ନ ଉଠାଉଛନ୍ତି।
ଐଶ୍ୱର୍ଯ୍ୟା ତାଙ୍କ ମା’ଙ୍କ ଜନ୍ମଦିନରେ ଏକ ଛୋଟ ପାର୍ଟିର ଆୟୋଜନ କରିଥିଲେ। ଯେଉଁଥିରେ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ। ଫଟୋରେ ୩ଟି କେକ୍, ଫୁଲ ଏବଂ ତାଙ୍କ ପିତାଙ୍କ ଫଟୋ ଏକ ଟେବୁଲରେ ରଖାଯାଇଛି । ଫଟୋ ସେୟାର କରିବାବେଳେ ଅଭିନେତ୍ରୀ ଲେଖିଥିଲେ- ଜନ୍ମଦିନର ଶୁଭେଚ୍ଛା ପ୍ରିୟ ମମି ଡାଡା ଡାର୍ଲିଂ। ବହୁତ ବହୁତ ପ୍ରେମ । ଏହା ବ୍ୟତୀତ ଐଶ୍ୱର୍ଯ୍ୟା ଏକ ସେଲଫି ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଆରାଧ୍ୟା ତାଙ୍କ ଆଇ ଏବଂ ମା’ଙ୍କ ସହ ପୋଜ୍ କରୁଛନ୍ତି।
କିନ୍ତୁ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଏହି ପାର୍ଟିରେ ଗାଏବ ଥିଲେ। ଯାହା ପରେ ଲୋକମାନେ କମେଣ୍ଟ ଦେଉଛନ୍ତି ଏବଂ ପ୍ରଶ୍ନ ପଚାରୁଛନ୍ତି । ଜଣେ ଲେଖିଛନ୍ତି- ଅଭିଷେକ କେଉଁଠାରେ ଅଛନ୍ତି? ଅନ୍ୟ ଜଣେ ଲେଖିଥିଲେ - ସେ କାହିଁକି ତାଙ୍କ ଶାଶୁଙ୍କ ଜନ୍ମଦିନରେ ଯୋଗ ଦେଇନଥିଲେ? ଏହା ବ୍ୟତୀତ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ତାଙ୍କ ଶାଶୁଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି କିମ୍ବା ପୋଷ୍ଟକୁ ଲାଇକ୍ କରି ନାହାନ୍ତି। ଏହା ପ୍ରଥମ ଥର ନୁହେଁ ଯେ ଅଭିଷେକ ତାଙ୍କ ଶାଶୁଙ୍କ ଜନ୍ମଦିନରେ ଯୋଗ ଦେଇନାହାଁନ୍ତି । ଗତ ବର୍ଷ ମଧ୍ୟ ସେ ଜନ୍ମଦିନ ପାର୍ଟିକୁ ଆସି ନଥିଲେ।