ଗୌତମ ଗମ୍ଭୀରଙ୍କ ଖୁଲାସା, ସିଲେକ୍ଟରଙ୍କ ପାଦ ଛୁଇଁବାରୁ ହେଉଥିଲା ସିଲେକ୍ସନ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ ୨୪।୦୫: ଗୌତମ ଗମ୍ଭୀରଙ୍କୁ ନୂଆ ଖୁଲାସା । ଟିମ୍ରେ ସିଲେକ୍ଟ କରିବାକୁ ହେଲେ ପାଦ ଛୁଇଁବାକୁ ବାଧ୍ୟ କରୁଥିଲେ ସିଲେକ୍ଟର । ଆଉ ଯଦି କେହି କ୍ରିକେଟ୍ର ପାଦ ନଛୁଁଅନ୍ତି , ତେବେ ଟିମ୍ରୁ ବାହାର ହେବାକୁ ପଡୁଥିଲା । ବିଗତ ଦିନରେ ଗୌତମ ଗମ୍ଭୀରଙ୍କୁ ଏପରି ଘଟଣାର ସାମ୍ନା କରିବାକୁ ପଡୁଥିଲା । ତେବେ କ’ଣ ଏହି ମାମଲା … ଆସନ୍ତୁ ଜାଣିବା…

ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର । ୨୦୦ କୋଟିର ମାଲିକ । ଟିମ୍‌ରେ ସିଲେକ୍ଟ କରିବାକୁ ପାଦ ଛୁଇଁବାକୁ ବାଧ୍ୟ କରିଥିଲେ ସିଲେକ୍ଟର। ଆଉ ପାଦ ନଛୁଇଁବାରୁ ହେବାକୁ ପଡିଥିଲା ଟିମ୍‌ରୁ ବାହର । ଏହାର ଜବାବ ଦେଇଥିଲେ ପ୍ଲେୟର । ନିଜର ଟ୍ୟାଲେଣ୍‌ଟ ବଳରେ କରିଥିଲେ ଟିମ୍‌ ଇଣ୍ଡିଆରେ ଏଣ୍ଟ୍ରି । ଆଉ ଦେଖାଥିଲେ ନିଜର ଦମ୍‌ । 

ଏମିତିକି ୨ଟି ଓ୍ବାର୍ଲକପ୍‌ ଜିତିବାରେ ସାଜିଥିଲେ କର୍ଣ୍ଣଧାର । ଆମେ କହୁଛୁ ଗୌତମ ଗମ୍ଭୀରଙ୍କ ବିଷୟରେ । ଗମ୍ଭୀର ସର୍ବଦା ନିଜର ରୋକ୍‌ଠୋକ୍‌ ବୟାନ ପାଇଁ ଜଣାଶୁଣା । ସେ ସବୁବେଳେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରନ୍ତି । ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଆଗମୀ ହେଡ୍‌ କୋଚ୍‌ ନେଇ ସେ ଖୁବ୍‌ ଚର୍ଚ୍ଚାରେ । 

ଏହାରି ମଧ୍ୟରେ ସେ ଏକ ରୋଚକ କଥା ସମ୍ନାକୁ ଆଣିଛନ୍ତି । ରବିଚନ୍ଦ୍ରନ୍ ଅଶ୍ୱିନ୍‌ଙ୍କ ଚାଟ୍‌ ସୋରେ ଏହାପର କରିଛନ୍ତି ଖୁଲାସା । ଗମ୍ଭୀର କହିଛନ୍ତି କି ସେ ସିଲେକ୍ଟଟରଙ୍କ ପାଦ ନଛୁଇଁବାରୁ ଟିମ୍‌ରେ ତାଙ୍କର ହୋଇନଥିଲା ସିଲେକ୍ସନ୍‌ । ବାସ୍ତବରେ ୧୨ ବର୍ଷ ବୟସରେ ଏହି ଘଟଣା ତାଙ୍କ ସହ ହୋଇଥିଲା । ପ୍ରଥମ ଅଣ୍ଡର-୧୪ ଟୁର୍ନାମେଣ୍ଟରେ ଖେଳିବାକୁ ଥିଲେ । କିନ୍ତୁ ସେ ଚୟନକର୍ତ୍ତାଙ୍କ ପାଦ ଛୁଇଁ ନ ଥିବାରୁ ଦଳରେ ହୋଇନଥିଲେ ମନୋନୀତ । ଗମ୍ଭୀର କହିଛନ୍ତି ଯେ ସେହି ଦିନଠୁ ସେ ପ୍ରତିଜ୍ଞା କରିଥିଲେ କି ନା ସେ କାହାର ପାଦ ଛୁଇଁବେ ନାଁ କାହାକୁ ଛୁଆଁଇବାକୁ ଦେବେ । 

ଗମ୍ଭୀର କହିଛନ୍ତି କି ସେ କୋଟିପତି ପରିବାରରୁ ହୋଇଥିବାରୁ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଛି । ସେ କହିଛନ୍ତି ମୁଁ ଯେତେବେଳେ ବି ମୋ କ୍ୟାରିୟରରେ ବିଫଳ ଅଣ୍ଡର-16, ଅଣ୍ଡର -19, ରଣଜୀ ଟ୍ରଫି କିମ୍ବା ମୋର ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ହେଉ । ଲୋକମାନେ କହୁଥିଲେ ଯେ ଆପଣ ଏକ ଧନୀ ପରିବାରରୁ ଆସିଛନ୍ତି, ଆପଣଙ୍କୁ କ୍ରିକେଟ୍ ଖେଳିବାର ଆବଶ୍ୟକତା ନାହିଁ । ତୁମର ବହୁତ ବିକଳ୍ପ ଅଛି । ତୁମେ ତୁମର ପିତାଙ୍କ ବ୍ୟବସାୟରେ ଯୋଗ ଦେଇ ପାରିବ । 

ତେବେ IPL ୨୦୨୪ରେ ଭଲ ସମୟ ଅତିବାହିତ କରୁଛନ୍ତି ଗୌତମ ଗମ୍ଭୀର । ସେ କୋଲକତା ନାଇଟ୍‌ ରାଇଡର୍ସର ମେଣ୍ଟର ରହିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ କେକେଆର୍‌ ଲିଗ୍ ପର୍ଯ୍ୟାୟରେ ଟପ୍‌ରେ ଏବଂ ଚତୁର୍ଥ ଫାଇନାଲ୍ ଖେଳିବା ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି  । 

ଗୌତମ ଗମ୍ଭୀର ଅଧିନାୟିକତ୍ବରେ କେକେଆର୍‌ ୨୦୧୨ ଏବଂ ୨୦୧୪ରେ ଚାମ୍ପିଅନ୍ ହୋଇଥିଲା । କେବଳ ଆଇପିଏଲରେ ନୁହେଁ ଭାରତୀୟ କ୍ରିକେଟରେ ମଧ୍ୟ ଗୌତମ ଗମ୍ଭୀରଙ୍କର ବହୁତ ଅବଦାନ ରହିଛି । ସେ ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ODI ବିଶ୍ୱକପ ଜିତିବାରେ ବିଜୟର ହିରୋ ସାଜିଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.