ଭାରତର ସବୁଠୁ ଲୋକପ୍ରିୟ କ୍ରୀଡ଼ାବିତ କୋହଲି, ଦ୍ବିତୀୟରେ ଏମ୍‌ଏସ୍‌ ଧୋନୀ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ ୨୪।୦୫: ବିଶ୍ବର ନଂ୧ ବ୍ୟାଟର ବିରାଟ କୋହଲି । ଫ୍ୟାନ୍ସଙ୍କ ହୃଦୟରେ କରନ୍ତି ରାଜ୍ । ଖେଳ ସହ ତାଙ୍କ  ଫିଟନେସ ଯୁବବର୍ଗଙ୍କୁ କରିଥାଏ ଆଟ୍ରାକ୍ଟ । ୨୦୨୪ ମଧ୍ୟ ଭାରତର ସବୁଠୁ ଲୋକପ୍ରିୟ କ୍ରୀଡ଼ାବିତ । ଏନେଇ ଓରମ୍ୟାକ୍ସ ମିଡିଆ ରିପୋର୍ଟ ପ୍ରକାଶ କରିଛି । 

ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଦ୍ୱିତୀୟରେ ରହିଛନ୍ତି । ଏହାପଛକୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି । କୋହଲି ନିଜର ଖେଳ ଓ ଫିଟନେସରେ ଯୁବବର୍ଗଙ୍କୁ ପ୍ରଭାବିତ କରି ପାରିଛନ୍ତି । ଏଥର ଆଇପିଏଲରେ ସେ ଚମତ୍କାର ବ୍ୟାଟିଂ କରି ୧୫ଟି ମ୍ୟାଚ୍‌ରୁ ୭୪୧ ରନ୍‌ କରିଥିଲେ । 

ଧୋନି ଦୀର୍ଘ ଦିନ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ ବି ତାଙ୍କ ପ୍ରଶଂସକ ଆଇପିଏଲରେ ତାଙ୍କ ଖେଳ ଦେଖିବା ନେଇ ପାଗଳ ପ୍ରାୟ ହେଉଛନ୍ତି । ସେମିତି ଦୁର୍ଦ୍ଧର୍ଷ ବ୍ୟାଟିଂ ସାଙ୍ଗକୁ ଦଳକୁ ଦୃଢ଼ ନେତୃତ୍ୱ ଦେବାରେ ‘ହିଟ୍‌ ମ୍ୟାନ୍‌’ ରୋହିତ ବେଶ ଲୋକପ୍ରିୟ । 

ଏଥର ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଦେବା ପରେ ପ୍ରଶଂସକ କ୍ରୋଧିତ ହୋଇଥିଲେ । ସବୁଠି ବିରୋଧ ପ୍ରଶଂସକ କରିଥିଲେ । ମୁମ୍ବାଇର ପ୍ରଦର୍ଶନ ବି ଭଲ ରହିଲା ନାହିଁ । ରୋହିତ ୧୪ ମ୍ୟାଚ୍‌ରୁ ୪୧୭ ରନ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.