ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ପାଇଁ ପ୍ରଚାର କରୁଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ

Published By : Prameya-News7 Bureau | May 24, 2024 IST

ଭଦ୍ରକ ୨୪।୫: ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ମାରାଥନ୍ ବାଇକ୍ ଶୋଭଯାତ୍ରା କରିଛନ୍ତି । ପ୍ରଥମେ ଆଖୁଆପଦା ସ୍ଥିତ ହରପାର୍ବତୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ସଞ୍ଜୀବ ମଲ୍ଲିକ ।  ପଞ୍ଚାୟତ ସ୍ତରୀୟ ବାଇକ୍ ଶୋଭଯାତ୍ରାରେ ପ୍ରଥମେ ଆଖୁଆପଦା, ନେରଡା ପଞ୍ଚାୟତ ଓ ରାମଚନ୍ଦ୍ରପୁର ପରିକ୍ରମା କରିଛନ୍ତି । ଏହି ଶୋଭଯାତ୍ରାରେ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ ପ୍ରଚାରରେ ସଞ୍ଜୀବ ମଲ୍ଲିକଙ୍କ ସହ ସାମିଲ ହୋଇଛନ୍ତି । ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବାଇକ୍ ଶୋଭଯାତ୍ରାରେ ଯାଇ ସଞ୍ଜୀବଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସଞ୍ଜୀବ କହିଛନ୍ତି ଯେ, ଭଣ୍ଡାରିପୋଖରୀର ବିକାଶ ପାଇଁ ଲୋକେ ବିଜେଡି ଉପରେ ଆସ୍ଥା ରଖିଛନ୍ତି । ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜେଡିକୁ ଭୋଟ୍ ଦେବେ ଓ ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ସହ ଭଣ୍ଡାରିପୋଖରୀ ଓ ଭଦ୍ରକ ସାଂସଦଙ୍କୁ ମଧ୍ୟ ବିପୁଳ ଭୋଟ୍‌ରେ ବିଜୟୀ କରିବେ ।

You Can Read :

ଓଡ଼ିଶାରେ ପଡିବନି ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ୨୫ରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.