ନୂଆ କୋଚ୍ ପ୍ରସ୍ତାବକୁ ନେଇ ବିସିସିଆଇର ସ୍ପଷ୍ଟୀକରଣ; ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଦିଆଯାଇନି ଅଫର

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ: କିଏ ହେବ ଭାରତୀୟ କ୍ରିକେଟ୍ ଟିମର ନୂଆ କୋଚ୍ ? ଟି-୨୦ ବିଶ୍ବକପ ପରେ ହେଡ୍ କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବ ନୂତନ କୋଚ୍ ନିଯୁକ୍ତି ନେଇ ବିସିସିଆଇ ଆହ୍ବାନ ଦେଇଛି । ଏଥିରେ କିଛି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପ୍ରସ୍ତାବ ଦେଇଛି ବିସିସିଆଇ । ମାତ୍ର କୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଏହି ଅଫର ଦିଆଯାଇ ନାହିଁ ବୋଲି ବିସିସିଆଇ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ଅଷ୍ଟେଲିଆ ଟିମର ପୂର୍ବତନ କୋଚ୍ ଜଷ୍ଟିନ୍ ଲାଙ୍ଗର ଏବଂ ଚାମ୍ପିଅନ ଅଧିନାୟକ ରିକି ପଏଣ୍ଟିଂଙ୍କୁ କୋଚ୍ ହେବାକୁ ବିସିସିଆଇ ପ୍ରସ୍ତାବ ଦେଇଥିବା ସେ ଦାବି କରିଥିଲେ ଏବଂ ଅଫରକୁ ସେ ପ୍ରତ୍ୟାଖନ କରିଥିବା କହିଥିଲେ । ହେଲେ ଏହାକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସ୍ପଷ୍ଟୀକରଣ ଦେଇଛି । କୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ହେଡ୍ କୋଚ୍ ପାଇଁ ଅଫର ଦିଆଯାଇନାହିଁ ବୋଲି ବିସିସିଆଇ କହିଛି । 

ଜଷ୍ଟିନ୍ ଲାଙ୍ଗର ଆଇପିଏଲରରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କୋଚ୍ ଅଛନ୍ତି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ଅଛନ୍ତି ରିକି ପଏଣ୍ଟିଂ । ଲାଙ୍ଗର କହିଛନ୍ତି, ଚଳିତ ଆଇପିଏଲ ସିଜିନ ଭିତରେ ତାଙ୍କୁ ଭାରତୀୟ ଟିମର ମୁଖ୍ୟ କୋଚ୍ ହେବା ପାଇଁ ଆଲୋଚନା କରାଯାଇଥିଲା ।  ଜଷ୍ଟିନ ଲାଙ୍ଗର କହିଛନ୍ତି, ଟିମ୍ ଇଣ୍ଡିଆର କୋଚ୍ ହେବା ଚାପ ଯୁକ୍ତ କାମ । ମାତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଏହି ଦୁଇ ଅଷ୍ଟେଲିଆ ପୂର୍ବତନ ଖେଳାଳିଙ୍କ ଦାବିକୁ ଖରାଜ୍ କରିଛନ୍ତି । ବିସିସିଆଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହିତ ଏ ବାବଦରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ । ମିଡିଆରେ ଯେଉଁ ସବୁ ଖବର ଆସୁଛି, ସେ ସବୁ ମିଛ । ଜୟ ଶାହ ଇସାରା ଇସାରା ଏହା ମଧ୍ୟ କହିଛନ୍ତି, ବିସିସିଆଇ ଭାରତୀୟଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରିବାକୁ ଚାହୁଁଛି । ହେଚ୍ କୋଚ୍ ନିଯୁକ୍ତି ଆବେଦନ ପାଇଁ ଆହ୍ବାନ ଦିଆଯାଇଛି । ଧାର୍ଯ୍ୟ ସମୟରେ ଭିତରେ ସମସ୍ତ ଆବେଦନକୁ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.