ବିଜେଡି ଦଳରୁ ଇସ୍ତଫା ଦେଲେ ଭୋଗରାଇର ବରିଷ୍ଠ ବିଜେଡ଼ି ନେତା ଅଚ୍ୟୁତାନନ୍ଦ ଦାସ

Published By : Prameya-News7 Bureau | May 24, 2024 IST

ଭୋଗରାଇ ୨୪।୫: ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଜେଡ଼ିକୁ ଲାଗିଲା ବଡ଼ ଝଟକା । ମତଦାନକୁ ଆଉ ୬ ଦିନ ବାକିଥିବା ବେଳେ ଦଳ ଓ ଦଳର ପ୍ରାଥମିକ ସଦସ୍ୟ ପଦ ଏବଂ ବ୍ଲକ କମିଟିର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଲେ ଭୋଗରାଇର ବରିଷ୍ଠ ବିଜେଡ଼ି ନେତା ତଥା ବିଧାୟକ ଅନନ୍ତ ଦାସଙ୍କ ମାମୁ ପୁଅ ଭାଇ ଅଚ୍ୟୁତାନନ୍ଦ ଦାସ । ଏନେଇ ଶୁକ୍ରବାର ତାଙ୍କର ବାଟଗ୍ରାମ ସ୍ଥିତ ବାସଭାବନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଚ୍ୟୁତାନନ୍ଦ ଦାସ ଦଳ ତାଙ୍କୁ ଅବହେଳା ଓ କୋଣଠେସା କରୁଥିବାରୁ ବାଧ୍ୟହୋଇ ଚରମ ନିଷ୍ପତ୍ତି ନେଇଥିବା କଥା ସୂଚନା ଦେଇଛନ୍ତି । ଏ ବାବଦରେ ଗତ ୨୧ ତାରିଖରେ ଭୋଗରାଇ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ କରଣଙ୍କୁ ସେ ଲିଖିତ ଇସ୍ତଫା ପତ୍ର ଦେଇଥିବା କହିଥିଲେ ।

ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ଜଣେ ଭଲ ଲୋକ ଏବଂ ସେ ଶଙ୍ଖ ଚି଼ହ୍ନରେ ଭୋଟ ଦେବେ । ମାତ୍ର ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସ, ଭୋଗରାଇର ତୁଙ୍ଗ ନେତା ବୋଲାଉଥିବା, ବ୍ୟକ୍ତିଙ୍କୁ ଗୁରୁତ୍ବ ଦେଉଥିବା ବେଳେ ଦଳର ପୁରୁଣା କର୍ମୀ ଓ ନିର୍ବାଚନ ପରିଚାଳନାରେ ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ଏପରିକି ନିର୍ବାଚନ ପ୍ରଚାର ମଞ୍ଚରେ ଅନନ୍ତ ଦାସଙ୍କ ଅନୁପସ୍ଥିତି ଦଳର ଗୁମର ଖୋଲି ଦେଇଛି ବୋଲି ସୂଚନା ଦେଇଛନ୍ତି । ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ନା ପୂର୍ବରୁ ଦଳରେ ଥିଲେ ନା ତାଙ୍କ ପରିବାର, ଏପରି ସ୍ଥଳେ କିପରି ଓ କାହିଁକି ତାଙ୍କୁ ଦଳରୁ ଟିକେଟ୍ ଦିଆଗଲା ସେକଥା କେବଳ ପାଣ୍ଡିଆନ ଜାଣିଥିବା କଥା କହିଥିଲେ । ଇସ୍ତଫା ପରେ ସେ କେଉଁ ଦଳକୁ ଯିବା କଥା ସ୍ପଷ୍ଟ କରିନଥିବା ବେଳେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ସେ ନୀରବ ରହିବେ ବୋଲି ସୂଚନା ଦେଇଛନ୍ତି । ତେବେ ଅଚ୍ୟୁତାନନ୍ଦ ଦାସ ଭୋଗରାଇ ବିଜେଡିର ଜଣେ ଟାଣୁଆ ନେତା  ଥିଲେ । 

You Can Read :

ଭାଲୁ ହାବୁଡରେ ପଡିଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.