ରାଉରକେଲା ୧୭।୧: ରାଉରକେଲା ବିମାନ ଦୁର୍ଘଟଣାର ଶୀକାର ହୋଇଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଶନିବାର ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ସୁଶାନ୍ତ କୁମାର ବିଶ୍ବାଳ । ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ତାଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରିବା ପାଇଁ ବ୍ୟବସ୍ଥା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଗତ ୧୦ ତାରିଖରେ ବିମାନଟି ଭୁବନେଶ୍ବର ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତ ଯାତ୍ରୀ ସୁଶାନ୍ତ ବିଶ୍ଵାଳ ସ୍ବାସ୍ଥ୍ୟ ସମସ୍ୟାର ଭୁବନେଶ୍ୱରରେ ଚିକିତ୍ସା କରାଇ ଫେରୁଥିବା ବେଳେ ରାଉରକେଲାରେ ବିମାନ ଦୁର୍ଘଟଣା ଘଟିଥିଲା ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ଭୁବନେଶ୍ବରରୁ ରାଉରକେଲା ଯିବାବେଳେ ଜଲ୍‌ଦା ନିକଟରେ ବିମାନଟି କ୍ରାସ୍ ହୋଇଯାଇଥିଲା । ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ସମେତ ୬ ଜଣ ଆହତ ହୋଇଥିଲେ । ଯାତ୍ରୀ ସୁଶାନ୍ତ ବିଶ୍ବାଳ ଗୁରୁତର ଥିଲେ ।