ଭୋଗରାଇ: ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବିଲୁଆ। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ପଟେ ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ କାମୁଡ଼ାରେ ମଧ୍ୟ ଆହତ ହୋଇଛନ୍ତି ଅନ୍ୟ ଜଣେ ବ୍ୟକ୍ତି। ଘଟଣା ଘଟିଛି ଭୋଗରାଇ ବାରବାଟିଆ ଅଞ୍ଚଳରେ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ବାରବାଟିଆ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ପାନବରଜରୁ କାମ ସାରି ଘରକୁ ଫେରୁଥିବା ବେଳେ ବିଲୁଆ ଆକ୍ରମଣର ଶିକାର ହୋଇଥିଲେ। ରାସ୍ତାରେ ବଡ଼ ଚିତ୍କାର ଶୁଭିବାରୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ବରପୁର ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଡାକ୍ତର ଜଣେ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅନ୍ୟ ଜଣେ ଜଳେଶ୍ୱରପୁରରେ ଚିକିତ୍ସାଧୀନ ଅଛନ୍ତି ।

Also Read: ହୋଟେଲରେ ଡିଲ୍, ଜଙ୍ଗଲରୁ ଉଦ୍ଧାର ଓରାଙ୍ଗଉଟାନ୍ ; ଫେରାର ମାଲିକକୁ ଧରିବାକୁ ଜାଲ ବିଛାଇଲା STF

ସେପଟେ ଘଟଣାର ଖବର ପାଇ ବନ ବିଭାଗର ୧୦ ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ବିଲୁଆକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ନାରାୟଣ ମହାନ୍ତି ମାଙ୍କଡ଼ କାମୁଡ଼ାରେ ଆହତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।