ଭୁବନେଶ୍ବର ୧୯।୮: ଏଣିକି ଘରେ ବସି ମିଳିବ ରାଜସ୍ବ ସେବ । ରାଜସ୍ଵ ବିଭାଗର ଅଭିଯୋଗର ସମାଧାନ ପାଇଁ ବିଭାଗ ଦ୍ୱାରା 'ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ ହୋଇଛି । ଲୋକସେବା ଭବନରେ ଏହି ଚାଟ୍ ବଟ୍‌ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏହି ଚାଟ୍‌ ବଟ୍ ଦ୍ୱାରା ରାଜସ୍ୱ ବିଭାଗର ୧୬ଟି ଓ ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ପାଇପାରିବେ । ଆଗରୁ ୧୧ଟି ସେବା ମିଳିଥିଲା । ଏବେ ଲୋକଙ୍କ ପାଖରେ ସମୟ କମ୍, କାମ ଅଧିକ । ତେଣୁ ଏହି ଆପ୍ ଜରିଆରେ କଲମ ଟୁ କରେକ୍ସନ ବି ଏଯାଏ କୋଟିଏ ଟପିସାରିଲାଣି ।

Also Read:- ମଦ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗ ; ଚିତ୍ରଡା ଫାଣ୍ଡି ASIଙ୍କୁ ନିଲମ୍ବନ କଲେ ଏସ୍‌ପି

ରାଜସ୍ୱ ସେବା କ୍ଷେତ୍ରରେ ମ୍ୟୁଟେସନ୍, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ, ଜାତି, ଆୟ, ରେସିଡେନ୍ସ ଭଳି ପ୍ରମାଣପତ୍ର ସେବା ଉପଲବ୍ଧ ହେବ । ଲୋକ ଘରେ ଏହି ସେବା ପାଇପାରିବେ ଲୋକେ । ଏହି ଚାଟ୍ ବଟ୍ ଆପ୍ ଜରିଆରେ ଜଣେ ନିଜର ଆବେଦନର ସ୍ଥିତି ଜାଣି ପାରିବେ । ଏ ନେଇ ଅଭିଯୋଗ ଥିଲେ 9437292000 ନମ୍ବରରେ ମଧ୍ୟ ଅଭିଯୋଗ କରିପାରିବେ ।

ରାଜ୍ୟରେ ପ୍ରାୟ ୧.୬୫ କୋଟି ଲୋକ ହ୍ବାଟ୍ସଆପ୍ ବ୍ୟବହାର କରୁଛନ୍ତି । ସେ ଦୃଷ୍ଟିରୁ ଏହା ସହଜ ହେବ । ଭୂଲେଖରେ ପଟ୍ଟା ସମନ୍ଧୀୟ ତଥ୍ୟ ମଧ୍ୟ ଉପଲବ୍ଧ ହେବ । ଜଣେ ନାଗରିକ ଘରେ ରହି ବି ଏହି ସୁବିଧା ପାଇପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।