ରାୟଗଡ଼ା ୨୭।୯: କ୍ରିକେଟ୍ ଖେଳ ହେଲା କାଳ । ହୃଦଘାତରେ ଚାଲିଗଲା ଆରଆଇଙ୍କ ଜୀବନ । ସରକାରୀ କର୍ମଚାରୀ ଜଣଙ୍କ କ୍ରିକେଟ୍ ଖେଳୁଥିବା ବେଳେ ଅସୁସ୍ଥ ହୋଇପଡ଼ିବା ବେଳେ ତାଙ୍କର ମୃତ୍ୟୁ ନେଇ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି I ମୃତକ ଜଣଙ୍କ ହେଉଛନ୍ତି ପି. ରାଜେଶ I ସେ ଗୁଡାରି ବ୍ଲକରେ ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ I

ରବିବାର ସକାଳେ ରାଜେଶ ଆଇଏସିଆର୍ କଲେଜ ନିକଟସ୍ଥ ଆରସିସି ଖେଳ ପଡିଆରେ କ୍ରିକେଟ୍ ଖେଳୁଥିଲେ I ଖେଳୁଥିବା ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଅନ୍ୟ ଖେଳାଳିଙ୍କୁ ଅବଗତ କରିଥିଲେ I କିଛି ସମୟ ପରେ ମୁହଁ ବୁଲାଇ ପଡି ଯାଇଥିଲେ I ସହଯୋଗୀ ଖେଳାଳି ମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ I କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ରାଜେଶ ଆଜି ଓ୍ବିକେଟ୍ କିପର ଭାବେ କିଛି ସମୟ ଖେଳୁଥିଲେ ଓ ଅସୁସ୍ଥ ହୋଇଥିଲେ I

Also Read:- R&B ଡିଭିଜନ-୧ ଟଙ୍କା ହେରଫେର ମାମଲାରେ ଏପର୍ଯ୍ୟନ୍ତ ୬ ଗିରଫ, ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ

ରାଜେଶଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ବିୟୋଗରେ ରାୟଗଡା ବିଧାୟକ ଅପଲାସ୍ୱାମୀ କIଡ୍ରାକା ଶୋକ ପ୍ରକାଶ କରିଛନ୍ତି I ମୃତ ରାଜେଶଙ୍କ ଘର ରାୟଗଡା ସହର ସ୍ଥିତ ୟେଦୁ ସାହିରେ I ରାୟଗଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।