ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ଅନସ୍କ୍ରିନ ମାର୍କିଂ (ଓଏସଏମ) ପ୍ରଣାଳୀକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆରମ୍ଭ କରିଛନ୍ତି। ଏଥିରେ ଚୂଡ଼ାନ୍ତ ପଦକ୍ଷେପ ସ୍ୱରୂପ ସରକାର ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂହ ଓ ସଚିବ ହିମାଂଶୁ ଗୁପ୍ତାଙ୍କୁ ପଦରୁ ହଟାଇ ଦେଇଛନ୍ତି ଓ ମାର୍କିଂ ପ୍ରଣାଳୀରେ କୌଣସି ପ୍ରକାରର ଅନିୟମିତତାର ମୂଲ୍ୟାୟନ ନିମନ୍ତେ ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ଏସ୍. ରାଧା ଚୌହନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛନ୍ତି।

୧୯୮୮ ବ୍ୟାଚ୍ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଏସ୍. ରାଧା ଚୌହାନଙ୍କୁ ତାଙ୍କର ପବ୍ଲିକ୍ ଆଡମିନେଷ୍ଟ୍ରେସନ ଓ ଶିକ୍ଷାନୀତି ସୁଧାରରେ ବ୍ୟାପକ ଅନୁଭବ ସରକାର ଆଧାରରେ  କମିଟି ଅଧ୍ୟକ୍ଷ ନିଯୁକ୍ତ କରିଥିବା ବେଳେ କମିଟି ମାସକ ମଧ୍ୟରେ ତାଙ୍କର ନିଷ୍କର୍ସ ପ୍ରସ୍ତୁତ କରିବେ। ଏସ୍.ରାଧାଚୌହାନ ଉତ୍ତରପ୍ରଦେଶ କ୍ୟାଡରର ଅତ୍ୟନ୍ତ ପ୍ରତିଷ୍ଠିତ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ଆଇନ ସ୍ନାତକ ରାଧା ଚୌହାନ ସିଭିଲ ସର୍ଭିସରେ ତାଙ୍କ ଦୀର୍ଘ କ୍ୟାରିୟର କାଳରେ ତାଙ୍କର ତ୍ରୁଟିହୀନ କାର୍ଯ୍ୟଶୈଳୀ ଓ ବ୍ୟବସ୍ଥିତ କାର୍ଯ୍ୟକାରୀତା ଲାଗି ବେଶ୍ କ୍ଷାତି ଅର୍ଜନ କରିଥିଲେ।

ସେ ୩୦ ଜୁନ ୨୦୨୫ରେ ଡିଓପିଟି ସଚିବ ଭଳି ବରିଷ୍ଠ ପଦବୀରେ ଅବସର ଗ୍ରହଣ କରିଥିଲେ। ତାଙ୍କର ଅସାଧାରଣ ପ୍ରଶାସନିକ କ୍ଷମତାକୁ ନଜରରେ ରଖି କେନ୍ଦ୍ର ସରକାର ତାଙ୍କୁ ସେବା ନିବୃତ୍ତି ପରେ ମଧ୍ୟ ଦକ୍ଷତା ବିକାଶ କମିଶନ(ସିବିଏସଇ) ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

ଭାରତର ଶିକ୍ଷା କ୍ଷେତ୍ର ସହିତ ଗଭୀର ସମ୍ପର୍କ
ବରିଷ୍ଠ ଅଧିକାରୀ ରୂପେ ନିଜର ଦୀର୍ଘ କ୍ୟାରିୟରରେ ଚୌହାନ ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ ସଶକ୍ତିକରଣ ଏବଂ ଦକ୍ଷତା ବିକାଶ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିଛନ୍ତି। ତେବେ ସବୁଠୁ ଯାହା ଗୁରୁତ୍ୱପୂର୍ଣ୍ଣ କଥା ତାହା ହେଉଛି ତାଙ୍କର ଜାତୀୟ ସ୍ତରରେ ଶିକ୍ଷାନୀତି ପରିଚାଳନାରେ ବ୍ୟାପକ ଅଭିଜ୍ଞତା । ୨୦୧୧ରୁ ୨୦୧୫ ମସିହା ପର୍ଯ୍ୟନ୍ତ ସେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ (ବର୍ତ୍ତମାନର ଶିକ୍ଷା ମନ୍ତ୍ରାଳୟ) ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗରେ ଯୁଗ୍ମ ସଚିବ ପଦରେ କାର୍ଯ୍ୟରତ ଥିଲେ। ଏହା ଛଡା ସେ ଜାତୀୟ ଇ-ଗଭର୍ଣ୍ଣାସ ବିଭାଗ (ଏନଇଜିଡି) ଅଧ୍ୟକ୍ଷ ଓ ସିଇଓ ପଦବୀରେ ମଧ୍ୟ ଅବସ୍ଥାପିତ ଥିଲେ।      

ଓଏସଏମ ବିବାଦ
ସିବିଏସଇର ଅନ ସ୍କ୍ରିନ ମାର୍କିଂ(ଓଏସଏମ) ପ୍ରାଣାଳୀରେ ହୋଇଥିବା ଅନ୍ୟାୟ ବିରୋଧରେ ଛାତ୍ର ଓ ଅଭିଭାବକଙ୍କ ବ୍ୟାପକ ବିରୋଧ ପ୍ରଦର୍ଶନ କାରଣରୁ ଏଥିରେ ସରକାରୀ ହସ୍ତକ୍ଷେପ ଏବେ ଜରୁରି ହୋଇପଡିଛି। ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ପରୀକ୍ଷାରେ ପ୍ରାପ୍ତ ବାସ୍ତବିକ ନମ୍ବର ଓ ସ୍କ୍ରିନରେ ଦେଖା ଯାଇଥିବା ନମ୍ବରରେ ଅନେକ ଅନ୍ତର ରହିଛି। ଅନଲାଇନ ପ୍ରଣାଳୀ ଦ୍ୱାରା ସେମାନଙ୍କ ପ୍ରଦର୍ଶନ ଓ ପରିଶ୍ରମକୁ କମ୍ ମୂଲ୍ୟାୟନ କରି ଅସ୍ୱୀକାର କରିଦିଆଯାଇଛି। ଏଣୁ ସରକାର ଚୌହାନ କମିଟି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯାଞ୍ଚ କରି କମ୍ପ୍ୟୁଟର ଆଧାରିତ ମୂଲ୍ୟାଙ୍କନ ପ୍ରଣାଳୀରେ ଯେ କୌଣସି ଅସୁବିଧା ସନ୍ଧାନ ଲାଗି ନିରପେକ୍ଷ ଯାଞ୍ଚ କରିପାରିବେ।