ବାଲେଶ୍ୱର ୧୨।୦୩ : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଅଭାବାନୀୟ ଘଟଣା। ପ୍ରେମିକାକୁ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ। ଯାହାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କେମିତି ଓ କେଉଁ ପରିସ୍ଥିତି ପ୍ରେମିକାକୁ ହତ୍ୟା କଲେ। କ'ଣ ପାଇଁ ଏମିତି ଚରମ ନିଷ୍ପତ୍ତି ନେଲା ବୟଫ୍ରେଣ୍ଡ । ତାହା ଏବେ ବି ରହସ୍ୟ ଘେରରେ । ହତ୍ୟା ଓ ଆତ୍ମହତ୍ୟା ଭିତରେ ଲୁଚି ରହିଥିବା କଥାକୁ ପଦାକୁ ଆଣିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ ଓ ଜିଆର୍‌ପି ।

ଏ ଖବର ବି ପଢନ୍ତୁ:-IAS ସ୍ତରରେ ଅଦଳବଦଳ, ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଖବର ଅନୁଯାୟୀ, ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଏଫ୍ଏମ୍ ନଗରରେ ପ୍ରେମିକା (ମମତା ଦେବନାଥ)ଙ୍କୁ ତାଙ୍କ ଘରେ ହତ୍ୟା କରିଥିଲେ ପୁରୁଷବନ୍ଧୁ ଭାଗିରଥି ମଣ୍ଡଳ। ସେଠାରୁ ଯାଇ ଟ୍ରେନ୍ ଲାଇନ୍‌ରେ ଆତ୍ମହତ୍ୟା କରିଛନ୍ତି।  ପୋଲିସ ଘଟଣା ସଂପର୍କରେ ଖବର ପାଇ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଜିଆରପି ମଧ୍ୟ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଏ ଖବର ବି ପଢନ୍ତୁ:-କ୍ୟାଲେଣ୍ଡର, ଘଣ୍ଟା, ବର୍ଷ ବୁଝନ୍ତିନି ଏମାନେ , ଜୀବନରେ ଅନେକ ଥର ବଦଳାନ୍ତି ନାଁ

ସେହିପରି ପୋଲିସ ମଧ୍ୟ ଯୁବତୀଙ୍କ ଘର ଠାରୁ ଟ୍ରେନ୍‌ ଲାଇନ୍‌ ଯାଏଁ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ନେଇ ତନାଘନା କରୁଛି । କେଉଁ ଭଳି ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା । ତାର ମଧ୍ୟ ତଦନ୍ତ କରୁଛି ପୋଲିସ । ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।