କେନ୍ଦ୍ରାପଡ଼ା : ସୋସିଆଲ ମିଡିଆରେ ବୁଲୁଛି ଫଟୋ । କିନ୍ତୁ ମୃତଦେହ କୁଆଡ଼େ ଗଲା । ସନ୍ଦେହରେ ଶୁଭଶ୍ରୀ ଦାସଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରାଜପୁର ଗାଁ ର ୧୯ ବର୍ଷୀୟ ଯୁବତୀ ଶୁଭଶ୍ରୀ ଦାସ । ଶୁଭଶ୍ରୀଙ୍କ ମୃତଦେହ ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ଲାଗିଥିଲା ଏବଂ ଏହି ମୃତଦେହ ସମ୍ପର୍କରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀ ଶୁଭଶ୍ରୀଙ୍କ ପରିବାର କୁ ସୂଚନା ଦେଇଥିଲେ।  ହେଲେ ଏହିଠାରୁ ପୁଣି ସୃଷ୍ଟି ହୋଇଛି ସସ୍ପେନ୍ସ। ଖବର ପାଇ ପରିବାର ଲୋକେ ବୋଟ ଯୋଗେ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ସେଠାରୁ ନିଛାଟିଆ ସ୍ଥାନକୁ ନେଇ ନଦୀ ମଝିରେ ମୃତ ଦେହରେ ପଥର ବାନ୍ଧି ଫିଙ୍ଗି ଦେଇଥିବା କୁହାଯାଉଛି ।  ଘଟଣା ପ୍ରଘଟ ହେବା ପରେ ପୋଲିସ ସେହି ସ୍ଥାନରେ ପହଂଚି ଛାନଭିନ ଆରମ୍ଭ କରିଛି। ବିଳମ୍ବିତ ରାତିରେ ପୋଲିସ ଶୁଭଶ୍ରୀଙ୍କ ପରିବାର, ବୋଟ ଡ୍ରାଇଭରଙ୍କ ସମେତ ମୋଟ 8ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚାର ଉଚରା କରୁଛି ।

Also Read- ମନ୍ତ୍ରୀ ଦେଲେ ବଡ଼ ସୂଚନା, ଓରାଙ୍ଗଉଟାନ ସ୍ମଗଲିଂର ଚାଲିଛି ଛାନ୍‌ଭିନ୍‌, ସମୁଦ୍ର କୂଳ ହୋଟେଲରେ ଚାଲିଛି ଯାଞ୍ଚ

ପ୍ରଶ୍ନ ଉଠୁଛି ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ହୋଇଛି ବୋଲି କିଏ ଏବଂ କେଉଁଠି ସ୍ପଷ୍ଟ କରିଛି । ଯଦି ମୃତଦେହ ଚିହ୍ନଟ ହୋଇଥିଲା ପରିବାର ଲୋକେ ଏହାକୁ ସାଙ୍ଗରେ ଆଣିଲେ ନାହିଁ କାହିଁକି ? ଶୁଭଶ୍ରୀଙ୍କ ନିଖୋଜ ବାବଦରେ ପରିବାର ଲୋକେ ଥାନାରେ ଏତଲା ଦେଲେ ନାହିଁ କାହିଁକି ? ଏହି ଘଟଣା ପଛରେ କି ରହସ୍ୟ ଲୁଚି ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ସବୁ କିଛିର କାରଣ ଜଣା ପଡ଼ିବ ଯେବେ ମୃତଦେହ ମିଳିପାରିବ । ଏହା ପରେ ପୋଲିସ ନିର୍ଦ୍ଦିଷ୍ଟ ଦିଗରେ ତଦନ୍ତକୁ ଆଗକୁ ନେଇପାରିବ।