ପଟ୍ଟାମୁଣ୍ଡାଇ ୮।୧: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା ପରେ ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି ବିଡିଓ ତିଳୋତ୍ତମା ପୃଷ୍ଟି l ସପ୍ତାହବ୍ୟାପୀ ଛୁଟିରେ ରହିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଡିଓ l

ଅନ୍ୟପଟେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ ରଖିଛି ସରପଞ୍ଚ ସଂଘ I ଦାବି ପୂରଣ ନହେଲେ ଆସନ୍ତା ୧୬ ତାରିଖରେ ଏସ୍ ଅଫିସ୍ ଘେରାଉ କରିବା ନେଇ ସରପଞ୍ଚ ସଙ୍ଘ କହିଛି l

ସୂଚନାଯୋଗ୍ୟ ଯେ, ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଥିଲା । ବିଡ଼ିଓଙ୍କ କାର୍ଯ୍ୟାଳୟରେ କମ୍ପ୍ୟୁଟର ଉଠାଇ ମାଡ଼ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ମହିଳା ସରକାରୀ ଅଧିକାରୀ ଅସୁରକ୍ଷିତ ହୋଇପଡିଥିଲେ । ଏପରିକି ମହିଳା ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ସଂଘବଦ୍ଧ ଭାବେ ଘେରିବା ସହିତ ଆକ୍ରମଣ ଉଦ୍ୟମ ହୋଇଥିଲା । ଏମିତି କି ବିଡ଼ିଓଙ୍କ କମ୍ପ୍ୟୁଟର ଉଠାଇ ମାଡ଼ ମାରିବାକୁ ଉଦ୍ୟମ କରାଯାଇଥିଲା । ସେହି ସମୟରେ ଅନ୍ୟମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ବର୍ତ୍ତିଯାଇଥିଲେ ।