​​​​​​​Gaurav Gogoi lost from Jorhat: ଆସାମ ବିଧାନସଭା ନିର୍ବାଚନ ୨୦୨୬ରେ କଂଗ୍ରେସର କରୁଣ ପରିସ୍ଥିତି। ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର୍ (ସିଂହ) ତଥା ଆସାମ କଂଗ୍ରେସ ମୁଖ୍ୟ ଗୌରଭ ଗୋଗୋଇ। ଗୌରଭ ଜୋରହାନଟ ବିଧାନସଭା ଆସନରୁ ଏଥର ନିର୍ବାଚନ ଲଢ଼ୁଥିଲେ। ସେ ବିଜେପି ପ୍ରତିପକ୍ଷ ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ଠାରୁ ୨୩, ୧୮୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

୧୪ ରାଉଣ୍ଡ ଗଣନା ପରେ ଜୋରାହାଟରେ ବର୍ତ୍ତମାନର ବିଜେପି ବିଧାୟକ ଥିବା ହିତେନ୍ଦ୍ର ନାଥ ଗୋସ୍ୱାମୀ ୬୯,୪୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ଗୋଗୋଇ ୪୬,୨୫୭ ଭୋଟ ପାଇ ପଛରେ ରହିଯାଇଛନ୍ତି।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ଏଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଜୋରହାଟରୁ ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ବିପକ୍ଷରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋରାହାଟ ଆସନ ଗୌରବଙ୍କ ପାଇ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବର୍ତ୍ତମାନ ସେ ଏହି ଆସନରୁ ସାଂସଦ ଅଛନ୍ତି। ହେଲେ ପ୍ରଥମ ଥର ପାଇଁ ବିଧାୟକ ଆସନରେ ଲଢ଼ିବା ତାଙ୍କୁ ମହଙ୍ଗା ପଡ଼ିଛି। ଆରମ୍ଭ ତାଙ୍କୁ ବିଫଳତା ମିଳିଛି।

Also Read- ​​​​​​​ଷ୍ଟାଲିନଙ୍କ ଗାଦି ଟଳମଳ ! କାମ ଦେଲାନି ହିନ୍ଦୀ ଏବଂ ହିନ୍ଦୁ ବିରୋଧୀ ଏଜେଣ୍ଡା, ସୁଯୋଗର ଫାଇଦା ନେଲା TVK

ଗୋଗୋଇଙ୍କୁ କଂଗ୍ରେସର ହିମନ୍ତ ବିଶ୍ୱାଶର୍ମାଙ୍କ ପ୍ରତିପକ୍ଷ ଭାବରେ ଦେଖାଯାଉଥିଲା। ସେ ୨୦୨୫ ଜୁନରେ ଆସାମ ପ୍ରଦେଶ  କଂଗ୍ରେସ କମିଟିର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ପୂର୍ବ କଂଗ୍ରେସ ନେତା ଭୂପେନ ବୋରାହ ଦଳରୁ ଇସ୍ତଫା ବିଜେପିରେ ଯୋଗଦେବା ପରେ ଗୋଗୋଇଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା।

ବିଜେପି ନେତା ହିତେନ୍ଦ୍ର ନାଥ ଗୋସ୍ୱାମୀ-

ଗୌରବ ଗୋଗୋଇଙ୍କ ଚ୍ୟାଲେଞ୍ଜକୁ ମୁକାବିଲା କରିଥିବା ହିତେନ୍ଦ୍ର ନାଥ ଗୋସ୍ୱାମୀ ପୂର୍ବରୁ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଆସାମ ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ପୂର୍ବରୁ ସେ ଆସାମ ଗଣ ପରିଷଦ (AGP) ସହିତ ଜଡିତ ଥିଲେ। ପରେ ସେ ୨୦୧୪ ରେ ଏଜିପି ଛାଡି ବିଜେପିରେ ଯୋଗ ଦେଇଥିଲେ, ଏବଂ କଂଗ୍ରେସ ବିରୋଧୀ ମନୋଭାବ ବଜାୟ ରଖିଥିଲେ। ୨୦୧୬ ରୁ ସେ ଜୋରହାଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ଗତ ନିର୍ବାଚନରେ ବି ସେ ବିଜେପି ଟିକେଟରେ ଆସନର ଜୋରାହାଟରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହା ତାଙ୍କର ତୃତୀୟ ଲଗାତର ବିଜୟ।