ପୋଷ୍ଟ ଅଫିସ୍ ଦ୍ୱାରା ପରିଚାଳିତ କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ସୁରକ୍ଷିତ ନିବେଶ ଏବଂ ଦମଦାର ରିଟର୍ଣ୍ଣ ପାଇଁ ସବୁବେଳେ ଲୋକଙ୍କ ପ୍ରଥମ ପସନ୍ଦ ହୋଇ ରହିଛି। ଏହି ସରକାରୀ ଯୋଜନାଗୁଡ଼ିକରେ ନିବେଶ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସହ ସରକାରଙ୍କ ଗ୍ୟାରେଣ୍ଟି ମଧ୍ୟ ମିଳିଥାଏ। ପୋଷ୍ଟ ଅଫିସର ଏଭଳି ଏକ ଜନପ୍ରିୟ ଯୋଜନା ହେଉଛି ‘କିସାନ ବିକାଶ ପତ୍ର’ (KVP) ସ୍କିମ୍, ଯେଉଁଠାରେ ଏକକାଳୀନ ଜମା କରାଯାଉଥିବା ଟଙ୍କା ସ୍ୱଳ୍ପ ସମୟ ମଧ୍ୟରେ ଦ୍ୱିଗୁଣିତ (Double) ହୋଇଯାଏ।

୧୧୫ ମାସରେ ପଇସା ଡବଲ୍:

କିସାନ ବିକାଶ ପତ୍ର ଯୋଜନାରେ ନିବେଶକାରୀଙ୍କୁ ବାର୍ଷିକ ୭.୫୦ ପ୍ରତିଶତ ସୁଧ ମିଳିଥାଏ। ଏହି ଆକର୍ଷଣୀୟ ସୁଧ ହାର ଯୋଗୁଁ ମାତ୍ର ୧୧୫ ମାସ (୯ ବର୍ଷ ୭ ମାସ) ର ମ୍ୟାଚ୍ୟୁରିଟି ଅବଧି ମଧ୍ୟରେ ଜମା ରାଶି ସମ୍ପୂର୍ଣ୍ଣ ଭାବେ ଦ୍ୱିଗୁଣିତ ହୋଇ ଗ୍ରାହକଙ୍କୁ ଫେରସ୍ତ ମିଳିଥାଏ।

ମାତ୍ର ୧,୦୦୦ ଟଙ୍କାରୁ ଆରମ୍ଭ କରନ୍ତୁ ନିବେଶ:

ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଶୂନ୍ୟ ସରିସ୍କ ଗ୍ୟାରେଣ୍ଟି। ଗ୍ରାହକମାନେ ସର୍ବନିମ୍ନ ୧,୦୦୦ ଟଙ୍କା ଜମା କରି ନିଜର ଆକାଉଣ୍ଟ ଖୋଲିପାରିବେ। ଏଥିରେ ସର୍ବାଧିକ ନିବେଶ ପାଇଁ କୌଣସି ସୀମା (Limit) ଧାର୍ଯ୍ୟ କରାଯାଇ ନାହିଁ, ଅର୍ଥାତ୍ ଆପଣ ନିଜ ଇଚ୍ଛା ଅନୁସାରେ ଯେତେ ଚାହିଁବେ ସେତେ ଟଙ୍କା ରଖିପାରିବେ।

ଖାତା ଖୋଲିବାର ନିୟମ ଓ ସୁବିଧା:

KVP ସ୍କିମ୍ ଅଧୀନରେ ବ୍ୟକ୍ତିଗତ ଭାବେ (Single) କିମ୍ବା ମିଳିତ ଭାବେ (Double/Joint) ଆକାଉଣ୍ଟ ଖୋଲାଯାଇପାରିବ। ଜଣେ ବ୍ୟକ୍ତି ଚାହିଁଲେ ନିଜ ନାମରେ ଏକାଧିକ କିସାନ ବିକାଶ ପତ୍ର ଆକାଉଣ୍ଟ ମଧ୍ୟ ଓପନ୍ କରିପାରିବେ, ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଏପରିକି ୧୦ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ନାମରେ ମଧ୍ୟ ଏହି ଯୋଜନାରେ ଖାତା ଖୋଲାଯାଇପାରିବ।

କିପରି ହୁଏ ଟଙ୍କା ଦ୍ୱିଗୁଣିତ?

ଏହି ସରକାରୀ ଯୋଜନାରେ ଜମା ରାଶି ଉପରେ ଚକ୍ରବୃଦ୍ଧି ସୁଧ (Compounding Interest) ମିଳିଥାଏ। ଯଦି ଜଣେ ଗ୍ରାହକ ୫ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ୭.୫% ସୁଧ ଆଧାରରେ:

  •   ପ୍ରଥମ ବର୍ଷ ଶେଷରେ ଏହା ବଢ଼ି ୫.୩୭ ଲକ୍ଷ ଟଙ୍କା ହେବ।
  •   ଦ୍ୱିତୀୟ ବର୍ଷରେ ୫.7୭ ଲକ୍ଷ ଟଙ୍କା ହେବ।
  •   ପଞ୍ଚମ ବର୍ଷରେ ୭.୧୭ ଲକ୍ଷ ଏବଂ ଅଷ୍ଟମ ବର୍ଷରେ ୮.୯୧ ଲକ୍ଷ ଟଙ୍କା ହେବ।

  ପରିଶେଷରେ ୯ ବର୍ଷ ୭ ମାସ (୧୧୫ ମାସ) ର ମ୍ୟାଚ୍ୟୁରିଟି ପୂର୍ଣ୍ଣ ହେବା ପରେ ଏହି ୫ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ୧୦ ଲକ୍ଷ ଟଙ୍କାରେ ପରିଣତ ହୋଇ ନିବେଶକାରୀଙ୍କୁ ମିଳିବ।

କେଉଁଠି ଓ କିପରି ଖୋଲିବେ ଖାତା?

ଆପଣ ନିଜର ନିକଟସ୍ଥ ଯେକୌଣସି ପୋଷ୍ଟ ଅଫିସ୍ କିମ୍ବା ପବ୍ଲିକ୍ ସେକ୍ଟର ବ୍ୟାଙ୍କ (Public Sector Bank) କୁ ଯାଇ ଅଫ୍‌ଲାଇନ୍ ମାଧ୍ୟମରେ ସହଜରେ ଏହି କିସାନ ବିକାଶ ପତ୍ର ଆକାଉଣ୍ଟ ଖୋଲିପାରିବେ। ତେବେ ଏଠାରେ ମନେରଖିବା ଜରୁରୀ ଯେ, ନିବେଶ କରିବା ତାରିଖରୁ ୨.୫ ବର୍ଷ (୩୦ ମାସ) ପୂର୍ଣ୍ଣ ହେବା ପୂର୍ବରୁ ଆପଣ ସାଧାରଣତଃ ଏହି ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ନାହିଁ।