ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ସ୍ପା ଉପରେ ଚଢ଼ାଉ ହୋଇଛି। ଆଦର୍ଶ ଥାନା ପୋଲିସ ପାରାଦୀପ ସ୍କୁଲ ଲାଇନ ଓ ତାରିଣୀଗଡ଼ାରେ ଥିବା ଏକ ସ୍ପା ଉପରେ ଚଢ଼ାଉ କରିଛି । ଏହି ଚଢ଼ାଉରେ ଚାରି ଜଣ ଯୁବତୀ, ୨ ଗ୍ରାହକ ଓ ୨ ମାଲିକଙ୍କୁ ପୋଲିସ ଧରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଜିଙ୍କ୍ୟ ମାଣେଙ୍କ ନେତୃତ୍ୱରେ ପାରାଦୀପ ଆଦର୍ଶ ଥାନାର ପାଞ୍ଚଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଚଢ଼ାଉ ସମୟରେ ୨ ସ୍ପାର ବୈଧ ପଞ୍ଜିକରଣ ନଥିବା ପୋଲିସ ଜାଣିବାକୁ ପାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯୁବତୀ ମାନଙ୍କୁ ଆଣି ପାରାଦୀପର ବିଭିନ୍ନ ସ୍ପାରେ ରଖି ଦୀର୍ଘ ଦିନ ହେବ କିଛି ଦଲାଲ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିବା ଅଭିଯୋଗ ହୋଇଥିଲା ।

Also Read: ଛାତ୍ରୀନିବାସରେ ରାତି ଅଧରେ ପଶୁଛି ସନ୍ଦିଗ୍ଧ ଗାଡ଼ି ! ଧୂମାତ ସେବାଶ୍ରମ ସ୍କୁଲ କେଳେଙ୍କାରୀ ଫିଟୁଛି, ଭିଡିଓ ଭାଇରାଲ୍

ଯାହା ପରେ ପୋଲିସର ଏହି ଚଢ଼ାଉ ସମୟରେ ପାରାଦୀପରେ ସ୍ପା ନାମରେ ଚାଲୁଥିବା ଅନେକ ଦେହ ବ୍ୟବସାୟୀ ଦଲାଲମାନେ ଏବେ ଭୟଭୀତ ହୋଇଥିବା ଜଣାପଡ଼ିଛି। ଆଗକୁ ବିଶ୍ୱକର୍ମା ପୂଜା ଆସୁଥିବାରୁ ଅସାମାଜିକ କାର୍ଯ୍ୟ କଳାପକୁ ରୋକିବା ପାଇଁ ପାରାଦୀପର ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ।