ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଆଗାମୀ ସ୍ଵତନ୍ତ୍ର ଅଧିବେଶନ ପୂର୍ବରୁ ମହିଳା ସଂରକ୍ଷଣକୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍ କରି ଦେଇଛନ୍ତି କଡ଼ା ସନ୍ଦେଶ। ପିଏମ ମୋଦୀ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି କହିଛନ୍ତି, ଦେଶର ନାରୀ ଶକ୍ତିଙ୍କ ଆଶୀର୍ବାଦ ସେମାନଙ୍କ ସହ ରହିଛି ଏବଂ ମହିଳା ସଂରକ୍ଷଣ ରାସ୍ତାରେ ଥିବା ପ୍ରତ୍ୟେକ ବାଧା ଦୂର କରାଯିବ। ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ପାର୍ଟି ମହିଳାଙ୍କ ସଂସଦ ଏବଂ ବିଧାନସଭାରେ ଭାଗିଦାରୀ ବଢାଇବା ପାଇଁ କରାଯାଉଥିବା ପ୍ରୟାସକୁ ରୋକି ପାରିବେ ନାହିଁ।

ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି, ମହିଳା ସଂରକ୍ଷଣ ପାଇଁ ଲଢେଇ ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଛି। ସେ ମଧ୍ୟ ଏହି ଦିଗରେ ପ୍ରୟାସ କରୁଛନ୍ତି। ମହିଳାମାନେ ଲଗାତାର ଏହି ପ୍ରସଙ୍ଗ ଉଠାଇ ଆସିଛନ୍ତି ଏବଂ ଚିଠି ଲେଖି ନିଜର ବ୍ୟଥା ବର୍ଣ୍ଣନା କରିଛନ୍ତି।

Also Read: ରାହୁଲଙ୍କୁ ଅମିତ ଶାହଙ୍କ ଚ୍ୟାଲେଞ୍ଜ, ହେଲେ ବିଲ୍ ପାସ୍ ପାଇଁ କ’ଣ ରହିଛି ସଂଖ୍ୟା ଗଣିତ ?

ମୁଁ ଜାଣିଛି ଦେଶର ଶତ ପ୍ରତିଶତ ନାରୀ ଶକ୍ତିଙ୍କ ଆଶୀର୍ବାଦ ଆମ ସହ ରହିଛି। ମୁଁ ଦେଶର ପ୍ରତି ମହିଳାଙ୍କୁ ଭରସା ଦେଉଛି ଯେ, ଆମେ ମହିଳା ସଂରକ୍ଷଣ ରାସ୍ତାରେ ଆସୁଥିବା ପ୍ରତିଟି ବାଧାକୁ ସମାପ୍ତ କରି ଦେବୁ। ଏହି ପ୍ରସଙ୍ଗରେ ଆମର ଉତ୍ସାହ, ସାହସ ଏବଂ ଉଦ୍ଦେଶ୍ୟ ଅତୁଟ ରହିଛି। ବିରୋଧୀ ପାର୍ଟିମାନଙ୍କୁ ମଧ୍ୟ ଏହି ବିଧେୟକକୁ ସମର୍ଥନ କରିବା ଉଚିତ୍। ନଚେତ୍ ସେମାନଙ୍କ କୌଣସି ବାଧା ବିଧେୟକକୁ ଗୃହୀତ କରାଇବାରେ ଅଟକାଇ ପାରିବ ନାହିଁ।

କ'ଣ ଏହି ମହିଳା ସଂରକ୍ଷଣ ଆଇନ

ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ସଂସଦରେ ୨୦୨୩ ଡିସେମ୍ବରରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଥିଲା। ଏହି ଆଇନରେ ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କ ଏକ ତୃତୀୟାଂଶ ସିଟ୍ ସଂରକ୍ଷଣ ପ୍ରାବଧାନ ଥିଲା। କିନ୍ତୁ ଆଇନ ଗୃହୀତ ହେବା ପରେ ବି ଏହାକୁ ଲାଗୁ କରାଯାଇ ନ ଥିଲା। ପରେ ସରକାର ପରବର୍ତ୍ତୀ ଜନଗଣନାର ତଥ୍ୟ ଓ ପୁନଃ ସୀମା ନିର୍ଦ୍ଧାରଣକୁ ଯୋଡ଼ା ଯାଇଥିଲା। ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ବିଧେୟକ ଗୃହୀତ କରାଇ ଲାଗୁ କରିବା।

ଏପ୍ରିଲରେ ଫେଲ୍ ହୋଇଥିଲା ମହିଳା ସଂରକ୍ଷଣ ସଂପର୍କିତ ପ୍ରସ୍ତାବ ?

ମହିଳା ସଂରକ୍ଷଣକୁ ଶୀଘ୍ର ଲାଗୁ କରିବା ପାଇଁ ସରକାର ୨୦୨୬ ଏପ୍ରିଲରେ ସଂସଦର ସ୍ଵତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ସଂପର୍କିତ ପ୍ରସ୍ତାବ ଆଗତ କରିଥିଲେ। ମାତ୍ର ଲୋକସଭାରେ ସମ୍ବିଧାନ ସଂଶୋଧନ ବିଧେୟକ ଆବଶ୍ୟକ ଦୁଇ ତୃତୀୟାଂଶ ବହୁମତ ହାସଲ କରି ପାରି ନ ଥିଲା। ଏହା ପରେ ସୀମା ପୁନଃନିର୍ଦ୍ଧାରନ ସମ୍ବନ୍ଧିତ ଅନ୍ୟ ବିଧେୟକ ମଧ୍ୟ ଆଗକୁ ବଢି ପାରି ନ ଥିଲା।

Also Read: Delimitation Billକୁ ନେଇ ସଂସଦରେ ହଲଚଲ, ମୋଦି ସରକାରଙ୍କୁ ସମର୍ଥନ ଦେବ DMK !

ପୁଣି ସରକାରଙ୍କ ପ୍ରସ୍ତୁତି

ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ଉପରେ ଗତ ପ୍ରୟାସ ବିଫଳ ପରେ ଏବେ ପୁଣି ଥରେ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନଭେମ୍ବର ୨୭ରେ କେନ୍ଦ୍ର କ୍ୟାବିନେଟ୍ ସମ୍ବିଧାନ ସଂଶୋଧନ ସଂପର୍କିତ ନୂଆ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପ୍ରସ୍ତାବ ଅନୁସାରେ ଲୋସକଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ହେବା ସହ ମହିଳା ସଂରକ୍ଷଣ ଲାଗୁ କରିବାକୁ ଯୋଜନା ରହିଛି।

ନୂଆ ପ୍ରସ୍ତାବରେ ଲୋକସଭାର ସର୍ବାଧିକ ସାଂସଦ ସଂଖ୍ୟା ୮୫୦ ଏବଂ ବିଧାନସଭାରେ ସର୍ବାଧିକ ବିଧାୟକ ସଂଖ୍ୟା ୬୫୦ ପର୍ଯ୍ୟନ୍ତ କରାଯିବାର ପ୍ରାବଧାନ କରାଯାଇଛି। ଏହାରି ଆଧାରରେ ସୀମା ପୁନଃନିର୍ଦ୍ଧାରଣ ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବର୍ତ୍ତମାନ ଲୋକସଭା ଓ ବିଧାନସଭା ସିଟ୍ ୫୦ ପ୍ରତିଶତ ବୃଦ୍ଧି ପାଇବ। ନିର୍ବାଚନୀ କ୍ଷେତ୍ରର ସୀମା ୨୦୧୧ ଜନଗଣନା ଆଧାରରେ ସ୍ଥିର କରିବାକ ଯୋଜନା କରାଯାଇଛି।