ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଗଣମାଧ୍ୟମରେ ବଡ଼ ଧରଣର ହଲଚଲ। NBC ନ୍ୟୁଜରୁ ୨୦ ବର୍ଷର ସମ୍ପର୍କ ତୁଟାଇଲେ ପିଟର ଆଲେକଜାଣ୍ଡାର। ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା। ଅନେକ ରିପୋର୍ଟ କହୁଛି MSNBCରେ ଜଣେ ଆଙ୍କର ଏବଂ ମୁଖ୍ୟ ଜାତୀୟ ସମ୍ବାଦଦାତା ଭାବରେ ଯୋଗ ଦେବାକୁ ଯାଉଛନ୍ତି। ଯାହା ତାଙ୍କ କ୍ୟାରିୟରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ।

୪୯ ବର୍ଷୀୟ ସାମ୍ବାଦିକ NBC ନ୍ୟୁଜରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ ହ୍ୱାଇଟ୍ ହାଉସ୍ ସମ୍ବାଦଦାତା ଏବଂ ଟୁଡେର ଶନିବାର ସଂସ୍କରଣର କୋ-ହୋଷ୍ଟ ଭାବରେ କାର୍ଯ୍ୟ କରିଥିଲେ। ବର୍ଷ ବର୍ଷ ଧରି, ସେ ଅନେକ ଆମେରିକୀୟ ପ୍ରଶାସନ ଉପରେ ରିପୋର୍ଟ କରିଛନ୍ତି ଏବଂ ହ୍ୱାଇଟ୍ ହାଉସ୍ ବ୍ରିଫିଙ୍ଗରେ ତାଙ୍କର ସିଧାସଳଖ ପ୍ରଶ୍ନ ପଚାରିବା ଶୈଳୀ ପାଇଁ ଜଣାଶୁଣା।ଆଲେକଜାଣ୍ଡାର ୨୦୦୪ରେ NBC ନ୍ୟୁଜରେ ଯୋଗ ଦେଇଥିଲେ। ପ୍ରମୋସନ ପରେ ନେଟୱର୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟ NBC ନାଇଟ୍ଲି ନ୍ୟୁଜ୍, ମିଟ୍ ଦି ପ୍ରେସ୍, ଏବଂ ଡେଟଲାଇନ୍ NBC ଭଳି ପ୍ରମୁଖ ପୋଗ୍ରାମ କରିଆସୁଥିଲେ। ତାଙ୍କର ଏଡିଟୋରିଆଲ ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରସଙ୍ଗ ହୋଇଛି।

also read- ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା, ଅର୍ଥନୀତି ଉପରେ ସଂକଟ, କାହିଁକି ହେଉଛି ଏଭଳି ସ୍ଥିତି ?

ଆଲେକଜାଣ୍ଡାର ଏନବିସି ଛାଡିବା ନେଇ ଭିଡିଓ ୟେସାର କରି ସ୍ପଷ୍ଟ କରିଛନ୍ତି। ତାଙ୍କ ନିଷ୍ପତ୍ତି ପଛରେ ଥିବା ବ୍ୟକ୍ତିଗତ କାରଣଗୁଡ଼ିକୁ ଗୁରୁତ୍ୱ ଦେଇଥିଲେ। ତାଙ୍କର କାର୍ଯ୍ୟସୂଚୀ ପାଇଁ ପାରିବାରିକ କ୍ଷତି ଉପରେ କହିଥିଲେ। ସେ କହିଥିଲେ, ଗତ ସାତ ମାସରେ, ମୁଁ  ୮୦ ରାତିରୁ ଅଧିକ ଥର ପରିବାର ଠାରୁ ଦୂରରେ ବିତାଇଛି। ଗତ ସାତ ବର୍ଷରେ, ମୁଁ ମୋ ପରିବାରଠାରୁ ୨୨୦ ରାତିରୁ ଅଧିକ ଦିନ ଦୂରରେ ରହିଛି। ମୁଁ ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ମଧ୍ୟରେ ଏକ ଭଲ ସନ୍ତୁଳନ ରକ୍ଷା କରିବାକୁ ଏବଂ ନୂଆ କିଛି କରିବା ପାଇଁ ନିଜକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି।

ପିଟରଙ୍କ ମୋଟ ସମ୍ପତ୍ତି ପରିମାଣ ୧୪ ନିୟୁତ ଡଲାର ବୋଲି କ୍ଲୋଜର ୱିକଲି ରିପୋର୍ଟ କରିଛି।ରିପୋର୍ଟରେ ଆହୁରି କୁହାଯାଇଛି ଯେ ତାଙ୍କର ବାର୍ଷିକ ଆୟ ପ୍ରାୟ ୧.୫ମିଲିୟଡଲାର ବୋଲିକୁହାଯାଉଛି। "MS Now ପୂର୍ବରୁ MSNBC ଭାବରେ ଜଣାଶୁଣା। MS Nowରେ, ଆଲେକଜାଣ୍ଡାର ଓ୍ୱିକ୍ଲି ସ୍ପେଶାଲ ପୋଗ୍ରାମ ଏବଂ ୨୪ ଘଣ୍ଟିଆ ବ୍ରେକିଂ ନ୍ୟୁଜ୍ କଭର ପାଇଁ ପରିଚାଳନା ମୁଖ୍ୟ ଭାବେ ଯୋଗ ଦେଇପାରନ୍ତି। ଆଲେକଜାଣ୍ଡାରଙ୍କ ବିଦାୟ ପରେ ପରିସ୍ଥିତିର ସମାଧାନ ପାଇଁ ୱାଶିଂଟନ୍-ଭିତ୍ତିକ ଟିମ୍ ମଧ୍ୟରେ NBC ନ୍ୟୁଜ ଦାୟିତ୍ୱ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି।